ମା’ ବେକରେ ଛୁରୀ ଲଗାଇଥିବା ପୁଅ ମାନସିକ ରୋଗୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 1, 2020

ମା’ ବେକରେ ଛୁରୀ ଲଗାଇଥିବା ପୁଅ ମାନସିକ ରୋଗୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ସମ୍ମୁଖରେ ନିଜ ମା’ ବେକରେ ଛୁରୀ ଲଗାଇ ଜଣେ ଯୁବକ କିଛି ସମୟ ପାଇଁ  ହାଇଡ୍ରାମା ସୃଷ୍ଟି କରିଥିବା ବେଳେ ଏହାକୁ ନେଇ  ହଇଚଇ ସୃଷ୍ଟି ହୋଇଯାଇଛି। ଯୁବକଜଣକ କେଉଁଠୁ ଆସିଲେ ଓ ହାଇ ସିକ୍ୟୁରିଟି ଜୋନ୍‌ ଅଞ୍ଚଳକୁ ଯାଇ ସେ କିପରି ଏଭଳି କାଣ୍ଡ ଘଟାଇଲେ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏନେଇ କମିଶନରେଟ ପୁଲିସ୍‌ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିବା ବେଳେ ସମ୍ପୃକ୍ତ ଯୁବକଙ୍କ ମାନସିକ ସ୍ଥିତି ଭଲ ନ ଥିବା କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ ଯୁବକଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ। ଯୁବକଙ୍କ ବାପାମା’ ୨୦୧୪ରେ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲେ। ହତ୍ୟା ମାମଲାରେ ଗିରଫ କରି ଉଭୟଙ୍କୁ ଜେଲ୍‌ ପଠାଇ ଦେଇଥିଲା ପୁଲିସ୍‌।  ଏହି ଘଟଣା ତାଙ୍କୁ ଖୁବ୍‌ ମାନସିକ ଆଘାତ ଦେଇଥିଲା।  ହତ୍ୟା ମାମଲାର ତଦନ୍ତ ଠିକ ଭାବେ କରାଯାଇନଥିବା ଯୁବକଜଣକ ଅଭିଯୋଗ କରିଥିଲେ।  ଏହା ପରଠାରୁ ତାଙ୍କର ମାନସିକ ବିକୃତି ଲକ୍ଷଣ ପ୍ରକାଶ ପାଇଥିବା ସୂଚନା ମିଳିଛି।

ତେବେ କଡ଼ା ସୁରକ୍ଷା ସତ୍ତ୍ୱେ ଯୁବକଜଣକ କିପରି ଏପରି କାଣ୍ଡ ଘଟାଇଲେ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଡିସିପି କହିଛନ୍ତି, ଘଟଣାଟି ସଚିବାଳୟ ମାର୍ଗରେ ଘଟିଥିଲା, ଯାହାକି କଟକଣା ଅଞ୍ଚଳ ବାହାରେ ରହିଛି। ଚିକିତ୍ସା ପାଇଁ ମା’ ସହ ସଂପୃକ୍ତ ଯୁବକ ନୟାଗଡ଼ରୁ ଆସିଥିଲେ। ଯାହା ଜଣାପଡୁଛି ଯୁବକଙ୍କ ମାନସିକ ରୋଗ ରହିଛି। ତାଙ୍କ ମା’ ବି ଏହି କଥା କହୁଛନ୍ତି।

ସଂପୃକ୍ତ ଯୁବକଙ୍କୁ ପଚରାଉଚରା କରାଯାଇଥିବା ବେଳେ  ତାଙ୍କ କଥାରେ ତାଳମେଳ ରହୁନି। ତାଙ୍କର ମାନସିକ ଚିକିତ୍ସାର ଆବଶ୍ୟକତା ଥିବା ବେଳେ ସେଥିନିମନ୍ତେ ବ୍ୟବସ୍ଥା କରାଯାଉଛି। ସଂପୃକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ SCB ପଠାଗଲା। ଏପରି ସମୟରେ ଦକ୍ଷତା ଦେଖାଇଥିବା ସଂପୃକ୍ତ ପୁଲିସ୍‌ ଅଫିସରମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ଡିସିପି।

ଅପରପକ୍ଷେ  କମିଶନରେଟ ପୁଲିସ୍‌ ପକ୍ଷରୁ ଟ୍ୱିଟ କରାଯାଇ ତାହା ବିଧାନସଭା ସିକ୍ୟୁରିଟି ପରିଧି ବାହାର ଘଟଣା ବୋଲି  ଟ୍ୱିଟ ଯୋଗେ ସ୍ପଷ୍ଟୀକରଣ ଦିଆଯାଇଛି‌ । ମାନସିକ ବିକାରଗ୍ରସ୍ତ ଯୁବକଜଣକ  ବିଧାନସଭା ସୁରକ୍ଷା ବଳୟ ବାହାରେ ନିଜ ମା’ଙ୍କୁ ମୁଣ୍ଡଜାମିନ ରଖିଥିଲେ।

ପୁଲିସ୍‌ ଧୈର୍ଯ୍ୟର ସହ ମୁକାବିଲା କରି ମହିଳାଙ୍କୁ ମୁକୁଳାଇ ଥିଲା। ଧୈର୍ଯ୍ୟ ଓ ବୃତ୍ତିଗତ ଦକ୍ଷତା ପାଇଁ ସଂପୃକ୍ତ ପୋଲିସଙ୍କୁ ପ୍ରୋତ୍ସାହିତ କରାଯିବ।  କୌଣସି ସୁରକ୍ଷା ଭଙ୍ଗ ହୋଇନି ବୋଲି ସ୍ପଷ୍ଟ କଲା କମିଶନରେଟ ପୁଲିସ୍‌।

The post ମା’ ବେକରେ ଛୁରୀ ଲଗାଇଥିବା ପୁଅ ମାନସିକ ରୋଗୀ! appeared first on Odisha Reporter.



from Odisha Reporter https://ift.tt/3jkBmHX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages