ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପାକିସ୍ତାନ ଆଜି ପୁଣିଥରେ ସୀମା ଲଙ୍ଘିଛି। ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ପାକିସ୍ତାନ ସେନା ସୀମାରେ ପ୍ରବଳ ଗୁଳି ମାଡ଼ କରିଛନ୍ତି। ଭିନ୍ନଭିନ୍ନ ସ୍ଥାନରେ ପାକିସ୍ତାନ କରିଥିବା ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପାକିସ୍ତାନ ସେନା ଭାରତୀୟ ଆଉଟପୋଷ୍ଟ ଗୁଡ଼ିକୁ ଟାର୍ଗେଟ କରି ମୋର୍ଟାର ମାଡ଼ କରିଥିବା ବେଳେ ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।
ପ୍ରତିରକ୍ଷା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ପାକିସ୍ତାନ ସେନା ପକ୍ଷରୁ କୁପୱାଡା ଜିଲ୍ଲା ନୌଗାମ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିମାଡ଼ କରାଯାଇଥିଲା। ଏଠାରେ ଥିବା ଭାରତୀୟ ଆଉଟପୋଷ୍ଟ ଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନ ମୋର୍ଟାର ଓ ସ୍ୱଂୟଚାଳିତ ବନ୍ଧୁକ ଦ୍ୱାରା ଆକ୍ରମଣ କରିଥିଲା।
ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସୀମାରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏହାପୂର୍ବରୁ ପୁଞ୍ଚ ସେକ୍ଟରରେ ମଧ୍ୟ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ଭାରତୀୟ ଆଉଟପୋଷ୍ଟକୁ ଟାର୍ଗେଟ କରିଥିଲା। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ। ଉଭୟ ଘଟଣାରେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲେ ହେଁ ପାକିସ୍ତାନ ସେନାର କ’ଣ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନାହିଁ।
The post ସୀମା ଲଙ୍ଘିଲା ପାକିସ୍ତାନ, ଗୁଳି ମାଡ଼ରେ ୩ ଭାରତୀୟ ଯବାନ ସହିଦ appeared first on Odisha Reporter.
from Odisha Reporter https://ift.tt/33k872i
No comments:
Post a Comment