ପାଲଘରରେ ସାଧୁଙ୍କୁ ହତ୍ୟା ମାମଲା, ଆଉ ୨୪ ଅଭିଯୁକ୍ତଙ୍କୁ ଗିରଫ କଲା ସିଆଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ପାଲଘରରେ ସାଧୁଙ୍କୁ ହତ୍ୟା ମାମଲା, ଆଉ ୨୪ ଅଭିଯୁକ୍ତଙ୍କୁ ଗିରଫ କଲା ସିଆଇଡି

ମୁମ୍ୱାଇ: ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ପାଲଘରରେ ସାଧୁଙ୍କୁ ହତ୍ୟା ମାମଲାରେ ସିଆଇଡି ୨୪ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି। ଆଜି ଦହାନୁ କୋର୍ଟରେ ଏହି ୨୪ ଜଣଙ୍କୁ ହାଜର କରିବ ସିଆଇଡି। ଏହି ମାମଲାରେ ମୋଟ୍ ଗିରଫ ସଂଖ୍ୟା ୧୨୮ରେ ପହଞ୍ଚିଛି। ଏହି ମାମଲାରେ ୧୧ ଜଣ ନାବାଳକ ସହିତ ମୋଟ୍ ୩୬୬ ଜଣ ଅଭିଯୁକ୍ତ ରହିଛନ୍ତି। ଆଜି ୬୨ ଅଭିଯୁକ୍ତଙ୍କ ଜାମିନ୍ ବାବଦରେ ମଧ୍ୟ ଥାନେର ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ହେବ ବୋଲି ଜଣାପଡ଼ିଛି।

କରୋନା ପାଇଁ ଦେଶ ଲକଡାଉନ୍ ଥିବା ବେଳେ ପାଲଘର ଗଢ଼ଚିରୋଲିରେ ଏପ୍ରିଲ ୧୬ ତାରିଖରେ ଦୁଇ ସାଧୁ ଏବଂ ତାଙ୍କ ଗାଡ଼ି ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଭିଡ ଭିତରେ ସାଧୁ ମାନଙ୍କୁ ଛୁଆ ଚୋର କହି ପିଟି ପିଟି ମାରିଦେଇଥିଲେ ଅଜଣା ବ୍ୟକ୍ତି। କରୋନା ପାଇଁ ଲକଡାଉନ୍ ଥିବା ବେଳେ ଏକ ଅନ୍ତିମ ସଂସ୍କାରରେ ଯିବା ପାଇଁ ସାଧୁମାନେ ଯାଉଥିବା ବେଳେ ଏହି ଭିଡ ହିଂସାର ଶିକାର ହୋଇଥିଲେ।

ସବୁଠୁ ବଡ଼ କଥା ହେଲା ଏହି ଘଟଣା ଘଟୁଥିବା ସ୍ଥାନରେ ପୁଲିସ୍ ନିଜେ ଉପସ୍ଥିତ ଥାଇ ଦେଖଣାହାରୀ ସାଜିଥିଲା। ଏହାପରେ ସାରା ଦେଶରେ ଏହାକୁ ନେଇ ସାଧୁମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ବିବାଦ ଜୋର ବଢ଼ୁଥିବା ଦେଖି ମହାରାଷ୍ଟ୍ର ସରକାର ସଙ୍ଗେସଙ୍ଗେ ସ୍ଥାନୀୟ ପୁଲିସ ଷ୍ଟେସନର ସମସ୍ତ ଅଧିକାରୀଙ୍କୁ ବଦଳି କରି ଦେଇଥିଲେ। ଏହାପରେ ସିଆଇଡିକୁ ମାମଲାର ଦାୟିତ୍ୱ ଦେଇଥିଲେ ମହାରାଷ୍ଟ୍ର ସରକାର।

The post ପାଲଘରରେ ସାଧୁଙ୍କୁ ହତ୍ୟା ମାମଲା, ଆଉ ୨୪ ଅଭିଯୁକ୍ତଙ୍କୁ ଗିରଫ କଲା ସିଆଇଡି appeared first on Odisha Reporter.



from Odisha Reporter https://ift.tt/2ThHBRu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages