ବିଜୁଳି ଦର ବୃଦ୍ଧିର ପ୍ରତିବାଦ; ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ବିଜୁଳି ଦର ବୃଦ୍ଧିର ପ୍ରତିବାଦ; ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କାଳରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ତେଜୁଛି ତୀବ୍ର ଆନ୍ଦୋଳନ। ଏହାର ପ୍ରତିବାଦ ନିମନ୍ତେ ଆଜି  ସନ୍ଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ପ୍ରତିବାଦ ଜଣାଇବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି  ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ । ଏହି ଅଭିଯାନରେ ସମସ୍ତ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଦୋକାନ ବଜାର ମଲ୍‌ଗୁଡ଼ିକ ସହଯୋଗ କରିବାକୁ ମହାସଂଘ ନିବେଦନ କରିଛି ।

କରୋନା କାଳରେ ସରକାର ଯେପରି ବିଦ୍ୟୁତ୍ ଦର ବୃଦ୍ଧି କରିଛନ୍ତି ତାହା ବିଦ୍ୟୁତ୍ କଂପାନୀଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ହୋଇଛି। ମାତ୍ର ଉପଭୋକ୍ତାଙ୍କ ଉପରେ ଏହା ଚଡ଼କ ବୋଲି ମହାସଂଘ କହିଛି । ସରକାର ଦାବି ନମାନିଲେ ଆଗକୁ ତୀବ୍ର ଆନ୍ଦୋଳନ ପାଇଁ ସଂଘ ଚେତାବନୀ ଦେଇଛି।

The post ବିଜୁଳି ଦର ବୃଦ୍ଧିର ପ୍ରତିବାଦ; ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ ଆହ୍ୱାନ appeared first on Odisha Reporter.



from Odisha Reporter https://ift.tt/31vGkuo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages