ପ୍ରେମିକଙ୍କୁ ପିଟିପିଟି ମାରିଦେଲେ ପ୍ରେମିକାଙ୍କ ପରିବାର ଲୋକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

ପ୍ରେମିକଙ୍କୁ ପିଟିପିଟି ମାରିଦେଲେ ପ୍ରେମିକାଙ୍କ ପରିବାର ଲୋକ!

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦଶହରାରେ ପ୍ରେମିକାଙ୍କ ଗାଁକୁ ଯାଇଥିଲେ ପ୍ରେମିକ ପ୍ରବର। ହେଲେ ଗାଁ ବୁଲିବା ପୂର୍ବରୁ ପ୍ରେମିକାଙ୍କ ପରିବାର ଲୋକଙ୍କ ଚକ୍ରହ୍ୟୂରେ ଫସିଗଲେ। ଆଉ ସେଥିରୁ ବାହାରି ପାରିଲେ ନାହିଁ ପ୍ରେମିକ। ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ସେଠାରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଦଶହରାରେ ଏପରି ନୃଶଂସ ଓ ବିଭତ୍ସ ହତ୍ୟାକାଣ୍ଡ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଘଟିଛି।

ଅଭିଯୋଗରୁ ପ୍ରକାଶ, ଗୋଲାମୁଣ୍ଡା ଥାନା ଖଲିଆକାନୀର ଦିଲୀପ ମେହେର କଏନ୍ଦିମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯାହାକୁ ଯୁବତୀଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ଯେଉଁଥିପାଇଁ ଉଭୟ ପରିବାର ମଧ୍ୟ ତିକ୍ତତା ଲାଗି ରହିଥିଲା। ଏହାରି ଭିତରେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ପାଇଁ ଅନ୍ୟ ଜଣଙ୍କ ସହିତ ବାହାଘର ଠିକ୍‌ କରିଥିଲେ। ଯାହାକୁ ଦିଲୀପ ବିରୋଧ କରୁଥିଲା। ଏପରିକି ଯୁବତୀଙ୍କୁ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ ହୋଇଛି।

ଗତକାଲି ଦଶହରା ଥିବାରୁ ସଞ୍ଜ ବେଳେ ଦିଲୀପ ଓ ତାଙ୍କ ସାଙ୍ଗ ପୂର୍ବତନଙ୍କୁ ଦେଖା କରିବା ପାଇଁ କଏନ୍ଦିମୁଣ୍ଡା ଗାଁକୁ ଯାଇଥିଲେ। ଏ ସମ୍ପର୍କରେ ପ୍ରେମିକାଙ୍କ ପରିବାର ଲୋକେ ଜାଣିପାରି ଦିଲୀପଙ୍କୁ ଘେରି ଯାଇଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଦିଲୀପଙ୍କ ସାଙ୍ଗ ସେଠାରୁ ଚମ୍ପଟ ମାରି ପଳାଇ ଆସି ଥିଲେ। ଏପରିକି ପୂରା ଘଟଣା ଦିଲୀପଙ୍କ ପରିବାର ଲୋକଙ୍କୁ କହିଥିଲେ।

ପରିବାର ଲୋକେ ସଙ୍ଗେ ସଙ୍ଗେ ଖଲିଆକାନୀ ଗାଁକୁ ଯାଉଥିଲେ। ତେବେ ଗାଁ ମୁଣ୍ଡରେ ଦିଲୀପଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

The post ପ୍ରେମିକଙ୍କୁ ପିଟିପିଟି ମାରିଦେଲେ ପ୍ରେମିକାଙ୍କ ପରିବାର ଲୋକ! appeared first on Odisha Reporter.



from Odisha Reporter https://ift.tt/3ovMuEY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages