ଚନ୍ଦ୍ରରେ ମିଳିଲା ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

ଚନ୍ଦ୍ରରେ ମିଳିଲା ପାଣି

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ପାଣି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍ ମିଶନ୍‌’ରେ ପାଣିର ସନ୍ଧାନ ମିଳିଛି। ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ କରାଯାଇଛି।

ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା ବଳୟ ଥିବା ନେଇ ଆଉ ଏକ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠରେ ଆହୁରି ଅଧିକରୁ ଅଧିକ ଜଳ ରହିଥିବ। ତେବେ ଏନେଇ ଅଧିକ ଗବେଷଣା ଜାରି ରହିବ ବୋଲି ନାସା କହିଛି। ନାସାର ଏ ତଥ୍ୟ ଭବିଷ୍ୟତରେ ଚନ୍ଦ୍ର ଅଭିଯାନ ଲାଗି ଖୋରାକ ଯୋଗାଇବ।

ଚନ୍ଦ୍ରପୃଷ୍ଠରେ ପାଣି ଥିବା ନେଇ ଅନୁମାନ କରାଯାଉଥିଲା। ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଏନେଇ ସନ୍ଦେହ କରି ଆସୁଥିଲେ। ହେଲେ ନାସା ଏହା ସ୍ପଷ୍ଟ କରିଦେଇଛି ଯେ, ପୃଥିବୀ ପୃଷ୍ଠରୁ ଦେଖାଯାଉଥିବା ଚନ୍ଦ୍ରର ବିରାଟକାୟ ଗର୍ତ୍ତ କ୍ଲାଭିୟସ କାର୍ଟର ଅଞ୍ଚଳରେ ଜଳର ସନ୍ଧାନ ମିଳିଛି।

The post ଚନ୍ଦ୍ରରେ ମିଳିଲା ପାଣି appeared first on Odisha Reporter.



from Odisha Reporter https://ift.tt/2TuC4am

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages