ନୂଆଦିଲ୍ଲୀ: ଗତ କିଛି ଦିନ ଧରି ରାଜ୍ୟରେ କରୋନା ମାମଲା ଲଗାତର ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୭୨,୦୪୯ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୯୮୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୭ଲକ୍ଷ ଅତିକ୍ରମ କରିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୦୪,୫୫୫ରେ ପହଞ୍ଚିଛି।
ଦେଶରେ ଏପର୍ଯ୍ୟନ୍ତ ମୋଟ ୬୭,୫୭,୧୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆକ୍ଟିସ୍ ମାମଲା ଲଗାତର ହ୍ରାସ ପାଉଛି। ଦେଶରେ ଏବେ ୯,୦୭,୮୮୩ ଆକ୍ଟିଭ୍ କେସ୍ ରହିଛି। ତେବେ ୫୭,୫୫,୬୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବରରେ କରୋନାର ବିସ୍ତାର କିଛିଟା କମ୍ ହୋଇଛି। କୋଭିଡ୍-୧୯ ମୃତ୍ୟୁ ହାର ଏବେ ୧.୫୫କୁ ହ୍ରାସ ପାଇଛି। ଦେଶରେ ସୁସ୍ଥ ହାର ୮୫ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୮୧,୯୪୫ ଜଣ ସୁସ୍ଥ ହୋଇଛନ୍ତି। ଅକ୍ଟୋବର ୭ ସୁଦ୍ଧା ଦେଶରେ ୮,୨୨,୭୧,୬୫୪ ସାମ୍ପଲ୍ ଟେଷ୍ଟ କରାଯାଇଛି। ତେବେ ଅକ୍ଟୋବର ୬ ତାରିଖରେ ୧୧,୯୯,୮୭୫ ସାମ୍ପଲ ଟେଷ୍ଟ କରାଯାଇଛି।
The post ଦେଶରେ ୬୭ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/30EauLA
No comments:
Post a Comment