ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କଠାରୁ ଛାଡ଼ପତ୍ର ଲାଗି ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ।
ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ବର୍ଷାଙ୍କୁ ନୋଟିସ ଦିଆଯାଇଥିବା ନେଇ ଅନୁଭବଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ୪୭ ପୃଷ୍ଠାର ଏହି ପିଟିସନ୍ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ସେ ପିଟିସନ୍ରେ ଉଲ୍ଲେଖ କରିଛନ୍ତି ।
ବର୍ଷା କେବେ ବୈବାହିକ ଖୁସି ଦେଇ ନଥିବା କଥା ଅନୁଭବ ପିଟିସନ୍ରେ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି, ବର୍ଷା ସବୁବେଳେ ମୋ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ସେ ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏହାକୁ ନେଇ ମୋ ସହ ଅଧିକାଂଶ ସମୟ ଝଗଡ଼ା କରୁଥିଲେ। ବର୍ଷା ଶାଶୁଘର ଖାଦ୍ୟ ପସନ୍ଦ କରୁ ନଥିଲେ କି ସେମାନଙ୍କ ସହ ମିଶୁ ନଥିଲେ। ସେ ବାପଘର ଯିବାକୁ ବାହାନା କରୁଥିଲେ। ସେଥିପାଇଁ ତାଙ୍କୁ ତାଙ୍କ ଇଚ୍ଛାରେ ଛାଡ଼ି ଦେଇଥିଲି।
ଅନୁଭବ କହିଛନ୍ତି ଯେ, ସହଅଭିନେତ୍ରୀଙ୍କ ସହ ସଂପର୍କ ଥିବା ନେଇ ବର୍ଷା ମିଥ୍ୟା ଅଭିଯୋଗ କରୁଥିଲେ। ମିଥ୍ୟା କେସ୍ରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ। ନିଜ ବାପଘର ଲୋକଙ୍କ ଆଗରେ ବର୍ଷା ତାଙ୍କୁ ଅପମାନିତ କରୁଥିଲେ। ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ସେ ବିଫଳ ହୋଇଛନ୍ତି।
ବର୍ଷାଙ୍କ ସହ ରହିବାକୁ ତାଙ୍କର ଅନିଚ୍ଛା ସଂପର୍କରେ ଅନୁଭବ ପିଟିସନ୍ରେ ଉଲ୍ଲେଖ କରିଛନ୍ତି। ୨୦୧୯ ମେ’ ୧ରୁ ଦୁହେଁ ଅଲଗା ରହିଆସୁଥିବା ମଧ୍ୟ ଅନୁଭବ ନିଜ ପିଟିସନ୍ରେ ଉଲ୍ଲେଖ କରୁଛନ୍ତି।
ଅପରପକ୍ଷେ, ନିଜ ଭରଣପୋଷଣ ପାଇଁ ବର୍ଷା କଟକ ଏସ୍ଡିଜେଏମ୍ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରୋଟେକ୍ସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ ଅଧୀନରେ ଏହି ମୋକଦ୍ଦମା ଦାୟର କରାଯାଇଛି। ଏଥିରେ ପାରିବାରିକ ହିଂସା ସମ୍ପର୍କିତ ଅଭିଯୋଗ ଆସିଥିବା ଜିଲ୍ଲା କୋର୍ଟର ୱେବସାଇଟ୍ରେ ଦର୍ଶାଯାଇଛି।
The post ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ; ’ଡିସେମ୍ବର ୧୦ରେ ହାଜର ହୁଅ’ appeared first on Odisha Reporter.
from Odisha Reporter https://ift.tt/3iCDZnj
No comments:
Post a Comment