ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍ଙ୍କର ଦେଶବିଦେଶରେ ବହୁତ ଫ୍ୟାନ୍ ଅଛନ୍ତି। ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ରହିଛି ଏହାର ପ୍ରମାଣ। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଫୋଲୋଅର୍ସ ସଂଖ୍ୟା ୪୬ ମିଲିୟନ (୪ କୋଟି ୬୦ ଲକ୍ଷ) ଅତିକ୍ରମ କରିଯାଇଛି। ଆଉ ଏହି ଖୁସ୍ରେ ସେ ଇନ୍ଷ୍ଟାଗ୍ରାମ୍ରେ କିଛି ଟପ୍ଲେସ୍ ଫଟୋ ପୋଷ୍ଟ୍ କରିଛନ୍ତି।
ସେ ମୋଟ ତିନୋଟି ଟପ୍ଲେସ୍ ଫଟୋ ପୋଷ୍ଟ୍ କରି ତାଙ୍କ ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଫଟୋ ଗୁଡ଼ିକରେ ସେ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ବେଳେ ଶରୀରର ଉପରଭାଗ ମୁକୁଳା ରହିଛି ଓ ସେ ଏହାକୁ ଗୋଲାପ ଫୁଲରେ ଘୋଡ଼ାଇ ରଖିଛନ୍ତି। ଏହି ଫଟୋଗୁଡ଼ିକୁ ତାଙ୍କ ଫ୍ୟାନ୍ମାନେ ବେଶ୍ ପସନ୍ଦ କରୁଛନ୍ତି।
ସୂଚନାଯୋଗ୍ୟ, ଆଗକୁ ଜ୍ୟାକ୍ଲିନ୍ ଫିଲ୍ମ ‘ଆଟାକ୍’ ପାଇଁ ଶୁଟିଂ ଆରମ୍ଭ କରିବେ। ଏଥିରେ ତାଙ୍କ ସହିତ ଜନ୍ ଅବ୍ରାହମ୍ଙ୍କୁ ଦେଖିବାକୁ ମିଳିବ। ସେହିପରି ସଲ୍ମାନ୍ ଖାନ୍ଙ୍କ ‘କିକ୍-୨’ରେ ମଧ୍ୟ ଜ୍ୟାକ୍ଲିନ୍ଙ୍କୁ ଦେଖିବାକୁ ମିଳିବ।
The post ଟପ୍ଲେସ୍ ଫଟୋ ପୋଷ୍ଟ୍ କରି ଫ୍ୟାନ୍ଙ୍କୁ ଦେଲେ ଧନ୍ୟବାଦ appeared first on Odisha Reporter.
from Odisha Reporter https://ift.tt/2HxrDQJ
No comments:
Post a Comment