କମୁଛି କରୋନା କୋପ, ଦେଶରେ ଦିନକରେ ୫୩, ୩୭୦ ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

କମୁଛି କରୋନା କୋପ, ଦେଶରେ ଦିନକରେ ୫୩, ୩୭୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ସମଗ୍ର ଦେଶରେ କରୋନା ଗ୍ରାଫ ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି। ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି। ତେଣୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିଲେ ବି ଦେଶରେ କରୋନାର କୋପ ଧିରେ ଧିରେ କମୁଥିବା ଦେଖିବାକୁ ମିଳିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୫୩ ,୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଖି ବୁଜିଛନ୍ତି ୬୫୦ ରୋଗୀ । ଏହାବ୍ୟତୀତ ଗତ ୨୪ ଘଣ୍ଟାରେ ଦେଶରେ  ୬୭,  ୫୪୯  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଦେଶରେ କରୋନାରୁ ସୁସ୍ଥ ହାର ୮୯.୭୮%  ଥିବା ବେଳେ ୮.୭୧% ଆକ୍ଟିଭ କେସ୍‌ ଅଛି। ମୃତ୍ୟୁହାର ଦେଶରେ ଏବେ ୧.୫୦% ରହିଛି। ଏହାବ୍ୟତୀତ ସମଗ୍ର ଦେଶରେ ହେଉଥିବା କରୋନା ଟେଷ୍ଟରୁ  ୪.୨୦ ପ୍ରତିତ ପଜିଟିଭ ଚିହ୍ନଟ ହେଉଥିବା ଜଣାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୭୦ ଲକ୍ଷ ୧୬ ହଜାରରୁ ଅଧିକ । ମୋଟ ଆକ୍ଟିଭ କେସ୍ ୬ ଲକ୍ଷ ୮୦ ହଜାରରୁ ଅଧିକ ଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨ରେ ପହଞ୍ଚିଛି ।

The post କମୁଛି କରୋନା କୋପ, ଦେଶରେ ଦିନକରେ ୫୩, ୩୭୦ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/31AmRbW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages