ଦୁବାଇ: ଆଇପିଏଲର ୨୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଜବରଦସ୍ତ ପ୍ରଦର୍ଶନ ବଜାୟ ରଖି ରାଜସ୍ଥାନ ରୟାଲ୍ସକୁ ୫୭ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ପରାଜୟ ପରେ ରାଜସ୍ଥାନ ଟିମର କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ ବଡ଼ ଝଟକା ଲାଗିଛି। ଏହି ମ୍ୟାଚରେ ସ୍ଲୋ ଓଭର୍ ରେଟ୍ କାରଣରୁ ସ୍ମିଥଙ୍କ ଉପରେ ଜୋରିମାନା ଲଗାଯାଇଛି। ତାଙ୍କ ଉପରେ ମ୍ୟାଚ୍ ଫି’ର ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି।
ମଙ୍ଗଳବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ଫିଲ୍ଡ ସେଟିଂରେ ସମୟ ନଷ୍ଟ କରିବା କାରଣରୁ ଓଭର୍ ପୂରା କରିବାରେ ବିଳମ୍ବ ହୋଇଥିଲା। ଏଥିପାଇଁ ତାଙ୍କ ମ୍ୟାଚ୍ ଫି’ରୁ ୧୨ ଲକ୍ଷ ଟଙ୍କା କାଟି ଦିଆଯାଇଛି। ସୂଚନାଯୋଗ୍ୟ, ଏହି ମ୍ୟାଚରେ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚରେ ସ୍ମିଥ୍ ବ୍ୟାଟିଂରେ ଫେଲ୍ ମାରିଥିଲେ। ସେ ମାତ୍ର ୬ ରନ୍ କରି ଯଶପ୍ରୀତ ବୁମ୍ରାଙ୍କ ଶିକାର ହୋଇଥିଲେ।
The post ମୁମ୍ବାଇଠାରୁ ହାରିବା ପରେ ସ୍ମିଥଙ୍କୁ ବଡ଼ ଝଟ୍କା appeared first on Odisha Reporter.
from Odisha Reporter https://ift.tt/3d36RE6
No comments:
Post a Comment