ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ମନ୍ଦିର ଖୋଲିବା ଦାବିରେ ଆଜି ପୂର୍ବାହ୍ନ ୯ଟାରେ ୯ ମିନିଟ ପାଇଁ ବାଜିଲା ଘଣ୍ଟଘଣ୍ଟା। ଏଥିଲାଗି ପୂର୍ବରୁ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା ଓଡ଼ିଶା ମନ୍ଦିର ସେବାୟତ ସଂଘ।
ଅପରପକ୍ଷେ ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଗତକାଲି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ। ପୁରୀ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଧାରଣାରେ ବସିଥିବା ସେବାୟତଙ୍କ ସହ ଆଲୋଚନା କରିଥିଲେ ।
ଛତିଶା ନିଯୋଗ ବୈଠକରେ ତର୍ଜମା କରାଯାଇ ଆର୍ଥିକ ସହାୟତା ଓ ଉତ୍ତର ଦ୍ୱାର ବାହାରେ କିଭଳି ମହାପ୍ରସାଦ ବିକ୍ରି ସହଜରେ ହୋଇପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।
The post ୯ ମିନିଟ ବାଜିଲା ଘଣ୍ଟଘଣ୍ଟା ;ମନ୍ଦିର ଖୋଲିବାକୁ ଦାବି ଜଣାଇଲେ ସେବାୟତ appeared first on Odisha Reporter.
from Odisha Reporter https://ift.tt/3nozUGJ
No comments:
Post a Comment