‘ଆମକୁ ଶାନ୍ତି ଦରକାର, ହିଂସା ନୁହେଁ’: ନକ୍ସଲ ବିରୋଧରେ ମେଳି କରି ଗର୍ଜିଲେ ସ୍ୱାଭିମାନବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

‘ଆମକୁ ଶାନ୍ତି ଦରକାର, ହିଂସା ନୁହେଁ’: ନକ୍ସଲ ବିରୋଧରେ ମେଳି କରି ଗର୍ଜିଲେ ସ୍ୱାଭିମାନବାସୀ

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): “ଆମକୁ ଶାନ୍ତି ଦରକାର, ହିଂସା ନୁହେଁ। ନିରୀହ ଜନତାକୁ ମାରିବା ବନ୍ଦ କରାଯାଉ। ମୃତ ଦାସ ଖେମୁଡୁ ଓ ଅନ୍ୟମାନଙ୍କୁ ନ୍ୟାୟ ମିଳୁ।” ଗତକାଲି ଏମିତି ନକ୍ସଲ ବିରୋଧରେ ଗର୍ଜନ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳବାସୀ। ଖଜୁରୀଗୁଡ଼ାଠାରେ ୧୦ରୁ ଅଧିକ ଗାଁରୁ ହଜାର ହଜାର ଲୋକ ଏକାଠି ହୋଇ ନକ୍ସଲଙ୍କ ବିରୋଧରେ ମେଳି କରିଛନ୍ତି।

ଗତ ୨୦ ତାରିଖରେ ପୁଲିସ ଇନ୍‌ଫରମର ସନ୍ଦେହରେ ଦାସ ଖେମୁଡୁ ନାମକ ଜଣଙ୍କୁ ହତ୍ୟା କରିଥିଲେ ନକ୍ସଲ। ଏହାକୁ ନେଇ ନକ୍ସଲଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଥିଲା। ଏହାପରେ ଗତକାଲି ହଜାର ହଜାର ଲୋକ ଏକାଠି ହୋଇ ନିଜ ଅଞ୍ଚଳରେ ନକ୍ସଲଙ୍କୁ ପୂରାଇ ନ ଦେବାକୁ ଶପଥ ନେଇଛନ୍ତି। ଏହାସହ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ପୋଷ୍ଟର ଲଗାଯିବା ପରେ କାଲି ଏହି ମେଳି ଆୟୋଜନ ହୋଇଥିଲା ।

 

The post ‘ଆମକୁ ଶାନ୍ତି ଦରକାର, ହିଂସା ନୁହେଁ’: ନକ୍ସଲ ବିରୋଧରେ ମେଳି କରି ଗର୍ଜିଲେ ସ୍ୱାଭିମାନବାସୀ appeared first on Odisha Reporter.



from Odisha Reporter https://ift.tt/3ouyIlI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages