ଆଠଗଡ଼ (ନୀଳକଣ୍ଠ ଦୋରା): ପୁଲିସ୍ ଉପରୁ ଭରସା ତୁଟିଲା! ତେଣୁ ଏବେ ନିଜକୁ ସୁରକ୍ଷା ଦେବା ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି ଗାଁ ଲୋକେ। ପାଳିକରି ଗାଁ ଜଗୁଛନ୍ତି। ବାରମ୍ୱାର ଚୋରି ହେଉଥିବା ଦେଖି ଗାଁ ଲୋକେ ନିଜ ପାଇଁ ତିଆରି କରୁଛନ୍ତି ସୁରକ୍ଷା କବ୍ଚ। ଲାଇଟ୍ ଠେଙ୍ଗାବାଡି ଧରି ଗାଁ ଜଗନ୍ତି ୧୦ ଜଣିଆ ଟିମ। ଏ ଚିତ୍ର କେଉଁ ଉପାନ୍ତ ଅଞ୍ଚଳର ନୁହେଁ, କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ବାଇଲୋ ଗାଁର।
ଗତ ସେପ୍ଟେମ୍ବର ୨୯ ତାରିଖରେ ବାଇଲୋ ଗାଁର ଜୈନିକ ବ୍ୟକ୍ତିଙ୍କ ଘରେ ଡକାୟତମାନେ ପଶି ଟଙ୍କା ଓ ସୁନାଗହଣା ଲୁଟି ନେଇଯାଇଥିଲେ। ସେହିଦିନ ଆଉ ୪ରୁ ୫ ଜଣଙ୍କ ଘରର କବାଟ ଭାଙ୍ଗି ଦିଆଯାଇଥିଲା। ଏ ନେଇ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପାଖରେ ବାରମ୍ୱାର ଗୁହାରି କରିଥିଲୁ। ମାତ୍ର ପୁଲିସ ଗାଁ ଲୋକଙ୍କ କଥା ଶୁଣିନଥିବା ଅଭିଯୋଗ ହୋଇଛି। କେବଳ ମାମଲା ରୁଜୁ କରି ଚୁପ୍ ବସିଲା ପୁଲିସ। ତଦନ୍ତ ପାଇଁ ଗାଁକୁ ଆସିଲା ନାହିଁ। ତୁମ ଗାଁକୁ ତୁମେ ଜଗ ବୋଲି କୁଆଡ଼େ ପୁଲିସ ପରାମର୍ଶ ଦେଇଥିଲା। ସବୁଠାରୁ ମଜାଦାର କଥା ହେଉଛି ପୁଲିସ କୁଆଡ଼େ କହୁଛି, ଚୋର ତୁମକୁ ମାଡ଼ ମାରିବ, ଆମକୁ କଣ ମାରିବ ନାହିଁ। ଏହି ଘଟଣା ପରଠାରୁ ଗାଁ ଲୋକଙ୍କର ପୁଲିସ ଉପରୁ ଭରସା ତୁଟିଗଲା। ଏବେ ନିଜ ଗାଁକୁ ସୁରକ୍ଷା ଦେବା ପାଇଁ ନିଜେ ବାହାରିଛନ୍ତି।
ଗାଁର ଜଣେ ଯୁବକ ଅଜୟ କୁମାର ନାୟକ କହିଛନ୍ତି-“ଦୀର୍ଘ ୩ ମାସ ଧରି ଆମ ଗାଁରେ ବାରମ୍ୱାର ଚୋରି ହେଉଛି। ଏନେଇ ଥାନାରେ ଅଭିଯୋଗ କଲେ ମଧ୍ୟ କେହି ଶୁଣିଲେ ନାହିଁ। ବରଂ କହିଲେ ତୁମେ ତୁମ ଗାଁକୁ ସୁରକ୍ଷା ଦିଅ। ତେଣୁ ଗାଁ ଲୋକଙ୍କ ନିଷ୍ପତ୍ତି କ୍ରମେ ଆମେ ୧୦ ଜଣିଆ ଟିମ୍ କରି ଜଗୁଛୁ।”
The post ପୁଲିସ ଉପରୁ ଭରସା ତୁଟିଲା! ତେଣୁ ଗାଁ ଜଗିଛନ୍ତି ଲୋକେ appeared first on Odisha Reporter.
from Odisha Reporter https://ift.tt/2HCaqFW
No comments:
Post a Comment