ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ଲାଇନ୍ରୁ ଡକାୟତି କରିବାର କଳାକୌଶଳ ପଢ଼ିବା ପରେ ଖେଳନା ବନ୍ଧୁକ ମୁନରେ ଗୋଟିଏ ମାସରେ ୨ଟି ବ୍ୟାଙ୍କରୁ ଲୁଟି ନେଲା ଲକ୍ଷ ଲକ୍ଷ ଟଙ୍କା। କରୋନା ମହାମାରୀ ସମୟରେ ଲାଗୁ ଲକ୍ଡାଉନ୍ କଟକଣା ଯୋଗୁ ଋଣ ଶୁଝି ନ ପାରି ବ୍ୟବସାୟୀ ପାଲଟିଗଲା ଡକାୟତ। କମିଶନରେଟ୍ ପୁଲିସ୍ର ସ୍ପେଶାଲ୍ ସ୍କ୍ୱାଡ ମାମଲାର ପର୍ଦ୍ଦାଫାଶ କରିଥିବା ବେଳେ ଜବତ କରିଛି ୫ ଲକ୍ଷ ଟଙ୍କା। ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ୍ ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣକ ଜଣେ ବ୍ୟବସାୟୀ। ଲକଡାଉନ୍ରେ ଋ଼ଣ ସୁଝିନପାରି ବ୍ୟାଙ୍କ ଲୁଟ୍ କରିବାକୁ ଯୋଜନା କରିଥିଲା। ଏଥିନିମନ୍ତେ ପ୍ରଥମେ ଅନଲାଇନ୍ରେ ଶିଖିଥିଲା ଲୁଟ୍ର କୌଶଳ।
ଏହାପରେ ଗତ ମାସ ୭ ତାରିଖରେ କଳାରାହାଙ୍ଗ IOC ବ୍ୟାଙ୍କ ଓ ସେହି ମାସ ୨୯ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟିଥିବା ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ । କେହି ଯେପରି ନ ଚିହ୍ନି ପାରିବେ, ମୁଣ୍ଡରେ ହେଲମେଟ୍ ଲଗାଇ ବ୍ୟାଙ୍କରେ ପଶି ଲୁଟ୍ ତରାଜ କରିଥିଲେ। ଦୁଇଟି ଲୁଟ୍ରେ ଲୁଟେରାର ଚେହେରା ଓ ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାକୁ ତଦନ୍ତ ପରିସରକୁ ଆଣି ଏହି ମାମଲା ଉପରୁ ପରଦା ହଟାଇଛି ସ୍ପେଶାଲ ସ୍କ୍ୱାଡ୍ ।
ସୂଚନାଯୋଗ୍ୟ, ବରୀମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ପଶି ବନ୍ଧୁକ ଦେଖାଇ ଡକାୟତମାନେ ଲୁଟି ନେଇଥିଲେ ୧୦ ଲକ୍ଷ ଟଙ୍କା । ବରିମୁଣ୍ଡ ଡକାୟତି ପୂର୍ବରୁ ପଟିଆ କଳାରାହାଙ୍ଗରେ ମଧ୍ୟ ଏକ ଡକାୟତି ହୋଇଥିଲା ।
The post ଅନ୍ଲାଇନ୍ରୁ ଶିଖିଲା ଡକାୟତି ପାଠ, ୧୦ ଲକ୍ଷ ଲୁଟି ଧରାପଡ଼ିଲା appeared first on Odisha Reporter.
from Odisha Reporter https://ift.tt/2HP5nBE
No comments:
Post a Comment