AIIMS ଡାକ୍ତରଙ୍କ ଅଡିଓ କ୍ଲିପ୍ ଲିକ୍, ସୁଶାନ୍ତଙ୍କ ହତ୍ୟାକୁ ନେଇ ସନ୍ଦେହ ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

AIIMS ଡାକ୍ତରଙ୍କ ଅଡିଓ କ୍ଲିପ୍ ଲିକ୍, ସୁଶାନ୍ତଙ୍କ ହତ୍ୟାକୁ ନେଇ ସନ୍ଦେହ ବଢ଼ିଲା

ନୂଆଦିଲ୍ଲୀ: ତିନି ମାସ ପରେ ମଧ୍ୟ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଚର୍ଚ୍ଚାରେ ରହିଛି। ନିକଟରେ ଏମସ୍ ଡାକ୍ତରୀ ପ୍ୟାନେଲ୍ ଅଭିନେତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା କହିଥିବା ବେଳେ ହତ୍ୟା ଆଶଙ୍କାକୁ ଖାରଜ୍ କରିଦେଇଛି। ହେଲେ ଏହା ପରେ ପରେ ଡା. ସୁଧୀର ଗୁପ୍ତାଙ୍କ ଏକ ଅଡିଓ କ୍ଲିପ୍ ଲିକ୍ ହୋଇଛି, ଯେଉଁଥିରେ ସେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଲିକ୍ ହୋଇଥିବା ଉକ୍ତ ଅଡିଓ କ୍ଲିପରେ ଏମସ୍ ମୁଖ୍ୟ ଡା. ସୁଧୀର ଗୁପ୍ତା ସୁଶାନ୍ତ ଆତ୍ମହତ୍ୟା କରି ନ ଥିଲେ ବରଂ ତାଙ୍କ ହତ୍ୟା କରାଯାଇଛି ବୋଲି ଦୃଢ଼ୋକ୍ତି ଦେଇଛନ୍ତି। ସୁଶାନ୍ତ ମୃତ୍ୟୁ ପରେ ତାଙ୍କ ମୃତଦେହର ଫଟୋ ଦେଖି 200 ପ୍ରତିଶତ ଏହା ହତ୍ୟା ମାମଲା ବୋଲି ଡା. ଗୁପ୍ତା ବୟାନ ଦେଇଛନ୍ତି। ହେଲେ ପରବର୍ତ୍ତୀ ସମୟରେ ତାଙ୍କର ବୟାନ ବଦଳିଯାଇଛି।

ନିକଟରେ ଏମସ୍ ପ୍ୟାନେଲ ରିପୋର୍ଟ ସମ୍ପୂର୍ଣ୍ଣ ମାମଲାକୁ ଭିନ୍ନ ଦିଗକୁ ନେଇଯାଇଛି। ରିପୋର୍ଟରେ ସୁଶାନ୍ତଙ୍କ ହତ୍ୟା ଦାବିକୁ ଖାରଜ କରାଯାଇଛି। ଏହି ପରିପ୍ରେକ୍ଷୀରେ ଡା. ଗୁପ୍ତା କହିଛନ୍ତି, ଆମେ ସୁଶାନ୍ତଙ୍କ ଫରେନ୍ସିକ୍ ତଦନ୍ତ ଶେଷ କରି ରିପୋର୍ଟ ପ୍ରସ୍ତୁତ କରିଛୁ। ଫାଶୀ ବ୍ୟତୀତ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ, ଆଘାତ ନାହିଁ। ଏପରିକି ସୁଶାନ୍ତଙ୍କ ଶରୀର ଏବଂ ପୋଷାକରେ କୌଣସି ସଂଘର୍ଷର ଚିହ୍ନ ମଧ୍ୟ ମିଳିନାହିଁ ବୋଲି ସେ କହିଥିଲେ।

ଅନ୍ୟପଟେ ସୁଶାନ୍ତଙ୍କ ପରିବାର ଲୋକ ଏବେ ନୂଆ ଟିମ୍ ଦ୍ୱାରା ଫରେନ୍ସିକ୍ ତଦନ୍ତ ପାଇଁ ଦାବି କରିଛନ୍ତି।

The post AIIMS ଡାକ୍ତରଙ୍କ ଅଡିଓ କ୍ଲିପ୍ ଲିକ୍, ସୁଶାନ୍ତଙ୍କ ହତ୍ୟାକୁ ନେଇ ସନ୍ଦେହ ବଢ଼ିଲା appeared first on Odisha Reporter.



from Odisha Reporter https://ift.tt/2GCtqU0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages