ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ୧୦୮ ଆମ୍ୱୁଲାନ୍ସକୁ ଠକି ଦେଲେ! ରାସ୍ତାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ପଡିଛି, ତାକୁ ନେଇ ଯିବାକୁ ଫୋନ୍ କଲେ। ଆଉ ଫୋନ୍ ପାଇ ୧୦୮ ଆମ୍ୱୁଲାନ୍ସ ଆସିଲା। ହେଲେ ସେଠାରେ କାହାକୁ ନପାଇ ଆମ୍ୱୁଲାନ୍ସଟି ମେଡିକାଲ୍କୁ ଫେରିଗଲା। ଏମିତି ଘଟଣା ରେଢାଖୋଲ ବ୍ଲକ୍ କଦଳୀଗଡ଼ ପଞ୍ଚାୟତ ବିଶିପାଲି ଛକରେ ଘଟିଛି।
ଅଭିଯୋଗରୁ ପ୍ରକାଶ, ଗତ ସଂଧ୍ୟାରେ ଜଣେ ବ୍ୟକ୍ତି ବିଶିପାଲି ଛକ ରାସ୍ଥାରେ ପଡିଥିବା ନେଇ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ ଆସିଥିଲା। ଫୋନ୍ ପାଇବା କ୍ଷଣି ରେଢାଖୋଲ ମେଡିକାଲରେ ନିୟୋଜିତ ଥିବା ୧୦୮ ଆମ୍ୱୁଲାନ୍ସକୁ ବିଶିପାଲି ଛକରେ ପହଂଚିଥିଲା। ହେଲେ ସେଠି କୌଣସି ଆହାତ ରୋଗୀଙ୍କୁ ନପାନଥିଲା। ଶେଷରେ ଆମ୍ୱୁଲାନ୍ସ ମେଡିକାଲ୍କୁ ଫେରି ଯାଇଥିଲା।
The post ୧୦୮ ଆମ୍ୱୁଲାନ୍ସକୁ ଠକିଦେଲେ! ରୋଗୀ ନେବାକୁ ଆସି ଫେରିଲା appeared first on Odisha Reporter.
from Odisha Reporter https://ift.tt/34qD4T5
No comments:
Post a Comment