ଫେଲ୍ ହେବା ପରେ ସ୍କୁଲରୁ ବିଦା ହୋଇଥିଲେ ଭୂମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 30, 2020

ଫେଲ୍ ହେବା ପରେ ସ୍କୁଲରୁ ବିଦା ହୋଇଥିଲେ ଭୂମି

ମୁମ୍ୱାଇ: ଅଭିନୟ କରିବା ପାଇଁ ସାର୍ଟିଫିକେଟ୍‌ ନୁହେଁ ବରଂ ଦକ୍ଷତା ଏବଂ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି। ଫିଲ୍ମ ସ୍କୁଲରେ ପାଠ ପଢ଼ିଲେ ହୁଏତ ଅନେକ କିଛି ଶିଖିବାକୁ ମିଳିଥାଏ। ହେଲେ ଯେତେ ପର୍ଯ୍ୟନ୍ତ ନିଜର ଦକ୍ଷତା ଏବଂ ଇଚ୍ଛାଶକ୍ତି ନାହିଁ ସେ ପର୍ଯ୍ୟନ୍ତ ସାର୍ଟିଫିକେଟର କୌଣସି ମୂଲ୍ୟ ନାହଁ। ବଲିଉଡର ଅନ୍ୟତମ ସଫଳ ଅଭିନେତ୍ରୀ ଭୂମି ପେଡ଼ନେକର ନିଜ ସଂଘର୍ଷ ଜୀବନର ଅକୁହା କଥା ଶେଆର କରିବା ପରେ ଏଭଳି ମତ ପ୍ରକାଶ ପାଇଛି।

ଭୂମି ‘ଡେକାନ କ୍ରୋନିକଲ’କୁ ସାକ୍ଷାତକାର ଦେଇ କହିଛନ୍ତି ସେ ପରୀକ୍ଷାରେ ଫେଲ୍ ହୋଇଥିଲେ। ଆଉ ତାଙ୍କୁ ସ୍କୁଲରୁ ଏଥିପାଇଁ ବାହାର ମଧ୍ୟ କରି ଦିଆଯାଇଥିଲା। ସବୁଠୁ ବଡ଼ କଥା ହେଲା ସ୍କୁଲରୁ ବିଦା ହେବା ପରେ ମୁଣ୍ଡ ଉପରେ ୧୩ ଲକ୍ଷ ଟଙ୍କାର ଋଣ ବୋଝ ଥିଲା। ଋଣ ବୋଝ ଏବଂ ନିଜେ ଚଳିବା ପାଇଁ ୟଶରାଜ ଫିଲ୍ମରେ କାଷ୍ଟିଂ ଆସିଷ୍ଟାଣ୍ଟ ଭାବରେ କାମ କରୁଥିଲେ।

ଭୂମି କହିଛନ୍ତି ଯେ ଜଣେ ଅଭିନେତ୍ରୀ ହେବା ପୂର୍ବରୁ ତାଙ୍କୁ ଅନେକ ଉତ୍‌ଥାନ ପତନ ମଧ୍ୟ ଦେଇ ଗତି କରିବାକୁ ପଡ଼ିଥିଲା। ଏହି ସମୟରେ ସେ ଭାଙ୍ଗି ନପଡ଼ି ନିଜ ଭିତରେ ଅଭିନେତ୍ରୀ ହେବାର ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ।ପରିବାର ଲୋକେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ। ଏଥିପାଇଁ ପରିବାର ସହିତ ତାଙ୍କ ମତାନ୍ତର ବଢ଼ିଥିଲା। ଏହାପରେ ଫିଲ୍ମ ସ୍କୁଲରେ ଆଡମିଶନ ନେଇଥିଲେ ବୋଲି କହିଛନ୍ତି। ସ୍କୁଲ୍ ଫି ଅଧିକ ଥିବାରୁ ଅଧିକ ଋଣ ନେଇ ପଢ଼ୁଥିଲେ ବୋଲି ଭୂମି କହିଛନ୍ତି।

ସ୍କୁଲରୁ ବିଦା ହେବା ପରେ ୟଶରାଜ ମୁଭିରେ କାମ କରୁଥିଲେ। ଏହି ସମୟରେ ଅଡିସନ ମଧ୍ୟ ଦେଉଥିଲେ। ଆଉ ‘ଦମ୍ ଲଗା କେ ହେଇଶା’ ଅଡିସନରେ ସେ ସିଲେକ୍ଟ ହୋଇଥିଲେ ବୋଲି ଭୂମି କହିଛନ୍ତି। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସେ ୧୨ଟି ଫିଲ୍ମରେ ଅଭିନୟ କରିସାରିଲେଣି।

The post ଫେଲ୍ ହେବା ପରେ ସ୍କୁଲରୁ ବିଦା ହୋଇଥିଲେ ଭୂମି appeared first on Odisha Reporter.



from Odisha Reporter https://ift.tt/3kGMsrx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages