ସତ ହେଲା ସଚିନ୍ ତେନ୍ଦୁଲକରଙ୍କ ଭବିଷ୍ୟବାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 30, 2020

ସତ ହେଲା ସଚିନ୍ ତେନ୍ଦୁଲକରଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସର ୬ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ଋତୁରାଜ ୫୩ ବଲରେ ୬ ଚୌକା ଓ ୨ ଛକା ସହାୟତାରେ ୭୨ ରନର ଇନିଂସ୍ ଖେଳିଥିଲେ। ମ୍ୟାଚ୍ ଜିତିବା ପରେ ଚେନ୍ନାଇ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଋତୁରାଜଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ତେବେ ମ୍ୟାଚ୍ ପୂର୍ବରୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ଋତୁରାଜଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ।

କେକେଆର୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ସଚିନ୍ କହିଥିଲେ ଯେ ଋତୁରାଜ ଆଜିର ମ୍ୟାଚରେ ବଡ଼ ଇନିଂସ୍ ଖେଳିବେ। ଚେନ୍ନାଇ ଓ କୋଲକାତା ମ୍ୟାଚ୍ ପୂର୍ବରୁ ସଚିନ୍ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଋତୁରାଜଙ୍କ ଟେକନିକ୍ ଓ ମାନସିକତାକୁ ଖୁବ୍ ପ୍ରଶଂସା କରିଥିଲେ।

ଏହି ଭିଡିଓରେ ସଚିନ କହିଥିଲେ, ମୁଁ ଋତୁରାଜଙ୍କ ବ୍ୟାଟିଂ ସେଭଳି ବେଶୀ ଦେଖିନାହିଁ। କିନ୍ତୁ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଋତୁରାଜ ଯେଉଁଭଳି ବ୍ୟାଟିଂ କଲେ, ସେଥିରୁ ଜଣାପଡୁଛି ଯେ ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍। ସେ କିଛି ଆକର୍ଷଣୀୟ ଶଟ୍ ଖେଳିଛନ୍ତି। ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ୍ ସଠିକ୍ କ୍ରିକେଟ୍‌ ଖେଳିବା ଆରମ୍ଭ କରେ, ବଲକୁ କଭର୍ କିମ୍ବା ମିଡୱିକେଟ୍ ଉପରେ ମାରେ କିମ୍ବା ସିଧା ବୋଲରଙ୍କ ମୁଣ୍ଡ ଉପରେ ଶଟ୍ ଖେଳେ, ସେତେବେଳେ ଜାଣିଯିବା ଦରକାର ଯେ ବ୍ୟାଟ୍ସମ୍ୟାନ୍ ଜଣକ ବଡ଼ ଇନିଂସ୍ ଖେଳିବାକୁ ପ୍ରସ୍ତୁତ। ମୋତେ ଲାଗୁଛି ଆଜି ମ୍ୟାଚରେ (କେକେଆର୍ ବିପକ୍ଷ ମ୍ୟାଚ୍) ସେ ଓପନ୍ କରିବେ, କାରଣ ତାଙ୍କର ଟେକନିକ୍ ଓ ମାନସିକକା ଜବରଦସ୍ତ ରହିଛି। ଧୋନି ନିଶ୍ଚୟ ତାଙ୍କ ଉପରେ ଭରସା କରିବେ।

The post ସତ ହେଲା ସଚିନ୍ ତେନ୍ଦୁଲକରଙ୍କ ଭବିଷ୍ୟବାଣୀ appeared first on Odisha Reporter.



from Odisha Reporter https://ift.tt/37RZKxx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages