ଦୁବାଇ: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ଟିମର କ୍ୟାପଟେନ୍ ବିରାଟ୍ କୋହଲି ଚଳିତ ଆଇପିଏଲରେ ବଡ଼ ଭୁଲ୍ କରିବସିଛନ୍ତି। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ କୋହଲି ବଲରେ ଲାଳ ଲଗାଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର କୋଭିଡ୍-୧୯ ପ୍ରୋଟୋକଲର ଉଲ୍ଲଙ୍ଘନ କରିଛନ୍ତି।
— pant shirt fc (@pant_fc) October 5, 2020
ଏହି ଘଟଣା ଘଟିଥିଲା ଦିଲ୍ଲୀ ଇନିଂସର ତୃତୀୟ ଓଭରରେ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ଓପ୍ନର ପୃଥ୍ବୀ ଶ’ ନଭଦୀପ ସାଇନିଙ୍କ ବଲରେ ଜୋରଦାର ଶଟ୍ ମାରିଥିଲେ, ଯାହାକୁ ଶର୍ଟ କଭରରେ ଫିଲ୍ଡିଂ କରୁଥିବା କୋହଲି ରୋକିଥିଲେ। ଏହା ପରେ କୋହଲି ବଲ୍ ଉପରେ ଲାଳ ଲଗାଇବା ଆରମ୍ଭ କରିଥିଲେ। କିନ୍ତୁ ତୁରନ୍ତ କୋହଲିଙ୍କୁ ନିଜ ଭୁଲର ଅନୁତାପ ହୋଇଥିଲା ଏବଂ ହାତ ଉଠାଇ ନିଜ ଭୁଲ୍ ପାଇଁ କ୍ଷମା ମାଗିଥିଲେ।
What an incredible shot by @PrithviShaw there!
A million dollar reaction by @imVkohli after almost applying saliva on the ball.
Sometimes instincts takeover!😋
RCBvDC #IPL2020
— Sachin Tendulkar (@sachin_rt) October 5, 2020
ତେବେ କୋହଲି ଯେଉଁ ଭୁଲ୍ କରିଥିଲେ, ତାହା ସଚିନ୍ ତେନ୍ଦୁଲକରଙ୍କ ହୃଦୟ ଜିଣି ନେଇଛି। କରୋନା ମହାମାରୀ କାରଣରୁ ଆଇସିସି ନିୟମ ଜାରି କରାଯାଇଛି। ଏହି ନିୟମ ଅନୁଯାୟୀ, ବଲ୍ ଉପରେ ଖେଳାଳି ଲାଳ ଲଗାଇପାରିବେ ନାହିଁ। ଯଦିଓ କୌଣସି ଖେଳାଳି ବଲ୍ ଉପରେ ଲାଳର ବ୍ୟବହାର କରିବେ, ତାହେଲେ ଅମ୍ପାୟାର ଏହି ମାମଲାକୁ ଦେଖିବେ।
The post ଭୁଲ୍ କଲେ, ତା’ପରେ କ୍ଷମା ମାଗିଲେ କୋହଲି appeared first on Odisha Reporter.
from Odisha Reporter https://ift.tt/3d0FHxF
No comments:
Post a Comment