ହାଥରସରେ ହିଂସାକାଣ୍ଡ ଷଡ଼ଯନ୍ତ୍ର: ୪ ପିଏଫଆଇ ସଦସ୍ୟ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 6, 2020

ହାଥରସରେ ହିଂସାକାଣ୍ଡ ଷଡ଼ଯନ୍ତ୍ର: ୪ ପିଏଫଆଇ ସଦସ୍ୟ ଗିରଫ

ଲକ୍ଷ୍ନୌ: ହାଥରସ୍ ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ବ୍ୟଥିତ କରିଛି। ଘଟଣାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବି ସର୍ବୋପରି ରହିଛି। ଅପରପକ୍ଷେ କେତେକଙ୍କ ନିହିତ ସ୍ୱାର୍ଥରେ ମାମଲାର ସଠିକ୍ ତଦନ୍ତ କରିବାକୁ ଦିଆଯାଉ ନ ଥିବା ୟୁପି ସରକାର କହିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ତଥା ହିଂସାକାଣ୍ଡ ଭିଆଇବାକୁ ଚେଷ୍ଟା ଜାରି ଥିବା ତଥ୍ୟ ପାଇଛି ୟୁପି ପୁଲିସ।

ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ହାଥରସ୍ ଯାଉଥିବା ୪ଜଣ ବ୍ୟକ୍ତିଙ୍କୁ ପୁଲିସ ମଥୁରାରୁ ଗିରଫ କରିଛି। ଏମାନେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା ପିଏଫଆଇ ସହ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି। ସେମାନେ ହାଥରସରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି।

ଅନ୍ୟପଟେ ପୀଡ଼ିତାଙ୍କ ଗଣଦୁଷ୍କର୍ମ ମାମଲା ଏବଂ ହତ୍ୟା ଘଟଣାକୁ ନେଇ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ୟୁପି ସରକାର ସାରା ରାଜ୍ୟରେ ୧୯ଟି ଜାତିଗତ ହିଂସାକାଣ୍ତ ସୃଷ୍ଟି କରିବାର ପ୍ରୟାସ ଏବଂ ଦେଶଦ୍ରୋହ ମାମଲା ରୁଜୁ କରିଛି।

ତେବେ ପୁଲିସ ଆଇଟି ଆକ୍ଟ ଅନୁଯାୟୀ ମଧ୍ୟ ମାମଲା ରୁଜୁ କରିଛି। ଏନେଇ ୟୁପି ଡିଜିପି (ଆଇନଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ, ହାଥରସ୍ ମାମଲାରେ ଦିଲ୍ଲୀରୁ ହାଥରସ୍ ଯାତ୍ରା କରୁଥିବା ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୁଜାଫରନଗରର ଆତିକ୍-ଉର୍-ରେହମାନ୍, ମାଲାପୁରମର ସିଦ୍ଦିକୀ, ବହାରୈଚର ମାସୁଦ୍ ଅହମ୍ମଦ ଏବଂ ରାମପୁରର ଆଲମ୍।

ଉକ୍ତ ଚାରିଜଣ ବ୍ୟକ୍ତି ପିଏଫଆଇ ସହ ଲିଙ୍କରେ ଥିବା ଜଣାପଡ଼ିଛି। ୟୁପି ପୁଲିସ ଏମାନଙ୍କୁ ଗିରଫ କରି ସେମାନଙ୍କଠାରୁ ଫୋନ୍, ଲାପଟପ୍ ଏବଂ ହିଂସା ପାଇଁ ଉସକାଉଥିବା କେତେକ ବହି ଜବତ କରିଛି। ଗିରଫ ଯୁବକମାନଙ୍କୁ ପୁଲିସ ଜେରା କରୁଛି।

ଆହୁରି ପଢ଼ନ୍ତୁ…

The post ହାଥରସରେ ହିଂସାକାଣ୍ଡ ଷଡ଼ଯନ୍ତ୍ର: ୪ ପିଏଫଆଇ ସଦସ୍ୟ ଗିରଫ appeared first on Odisha Reporter.



from Odisha Reporter https://ift.tt/3d2iOK8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages