କପିଲ୍ ସିବଲ କହିଲେ ଏସବୁ ‘ହାଉଡି ମୋଦି’ର ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

କପିଲ୍ ସିବଲ କହିଲେ ଏସବୁ ‘ହାଉଡି ମୋଦି’ର ଫଳ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରେସିଡେନ୍ସିଆଲ୍ ଡିବେଟ୍ ସରିଛି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଜଳବାୟୁକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଭାରତର ବାୟୁ ପ୍ରଦୂଷିତ ତଥା ଅପରିଷ୍କାର। ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଟ୍ରମ୍ପଙ୍କ ବୟାନ ପରେ ଭାରତରେ ମଧ୍ୟ ରାଜନୀତି ଜୋର୍ ଧରିଛି।

ଟ୍ରମ୍ପଙ୍କ ବୟାନ ପରେ ପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି କଟାକ୍ଷ କରିଛନ୍ତି। କପିଲ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ କହିଲେ ଭାରତୀୟ ବାୟୁ ଅପରିଷ୍କାର, ଯାହା ‘ହାଉଡି ମୋଦି’ କାର୍ଯ୍ୟକ୍ରମର ଫଳ।

କପିଲ୍ ଟ୍ୱିଟରେ ଲେଖିଛନ୍ତି, “ଟ୍ରମ୍ପ: ବନ୍ଧୁତ୍ୱର ଫଳ- ଭାରତର କୋଭିଡ୍ ମୃତ୍ୟୁସଂଖ୍ୟା ଉପରେ ପ୍ରଶ୍ନ କଲେ। କହିଲେ ଭାରତ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ଆଉ ଭାରତର ବାୟୁ ଅପରିଷ୍କାର। ଭାରତକୁ ଟ୍ରାଫିକ୍ କିଙ୍ଗ୍ କହିଲେ। ଏସବୁ ‘ହାଉଡି ମୋଦି’ର ଫଳ।” ଏଭଳି ଟ୍ୱିଟ୍ କରି କପିଲ୍ ସିବଲ ପ୍ରଧାନମନ୍ତ୍ରୀଙ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି।

The post କପିଲ୍ ସିବଲ କହିଲେ ଏସବୁ ‘ହାଉଡି ମୋଦି’ର ଫଳ appeared first on Odisha Reporter.



from Odisha Reporter https://ift.tt/3olX15c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages