ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନ ଆସିଲେ ଆପଣ ଚିନ୍ତାରେ ପଡ଼ିଯାଇଥା’ନ୍ତି। ଯିବା ଆସିବା ସମୟରେ ପାଣି କାଦୁଅରେ ପୋଷାକ ଅପରିଷ୍କାର ହେବା ସହ ବର୍ଷାରେ ଭିଜିଲେ ଥଣ୍ଡାଜ୍ୱର ହେବାର ଆଶଙ୍କା ମଧ୍ୟ ରହିଥାଏ। ଏହା ବ୍ୟତୀତ ବର୍ଷା ଦିନର ବଡ଼ ସମସ୍ୟା ହେବା ଘର ଦୁର୍ଗନ୍ଧ ହେବା।
ଯଦି ଆପଣଙ୍କ ଘରେ ମଧ୍ୟ ଏପରି ସମସ୍ୟା ଦେଖାଦେଉଛି, ତା’ ହେଲେ ଜାଣିରଖନ୍ତୁ ଘରୁ ଦୁର୍ଗନ୍ଧ ଦୂର କରିବା ପାଇଁ କିଛି ଘରକରଣା ଟିପ୍ସ।
୧. ବର୍ଷା ଦିନରେ ଲୁଗାପଟା ଭଲ ଭାବେ ଶୁଖି ନଥାଏ। ଯାହା ଯୋଗୁଁ ଲୁଗାପଟାରୁ ଗନ୍ଧ ବାହାରିଥାଏ। ଏକ ପାତ୍ରରେ କିଛି କଫି ନେଇ ଆଲମିରାରେ ରଖି ଦିଅନ୍ତୁ। ଦେଖିବେ ଦୁର୍ଗନ୍ଧ ପଳାଇବ।
୨. ସେହିପରି ଘରର ଯେଉଁ ସ୍ଥାନରେ ସୂର୍ଯ୍ୟକିରଣ ପଡ଼େନାହିଁ ସେହି ସ୍ଥାନରୁ ଅଧିକ ଦୁର୍ଗନ୍ଧ ଆସିଥାଏ। ଏହାକୁ ଦୂର କରିବା ପାଇଁ ହାଇଡ୍ରୋଜେନ୍ ପେରକ୍ସାଇଡ୍କୁ ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ଭରିଦିଅନ୍ତୁ ଓ ଘରର ସେହି ସବୁ ସ୍ଥାନରେ ପକାନ୍ତୁ। ଦେଖିବେ କିଛି ସମୟ ଭିତରେ ଦୁର୍ଗନ୍ଧ ଦୂରେଇ ଯିବ।
୩. ଦୁର୍ଗନ୍ଧ ଦୂର କରିବାରେ ଭିନେଗାର ଓ ବେକିଂ ସୋଢ଼ା ମଧ୍ୟ ଭଲ କାମ ଦେଇଥାଏ। ଭିନେଗାରକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ରୁମ୍ ଫ୍ରେସ୍ନର ଭାବେ ବ୍ୟବହାର କରିପାରିବେ।
୪. ଯଦି ଆପଣ ବଜାରରେ ମିଳୁଥିବା ଆର୍ଟିଫିସିଆଲ୍ ରୁମ୍ ଫ୍ରେସନର ବ୍ୟବହାର କରୁଛନ୍ତି ତେବେ ଥରେ କର୍ପୂର ମଧ୍ୟ ବ୍ୟବହାର କରି ଦେଖନ୍ତୁ। ଏହା ଘରେ ଏକ ପ୍ରକାରର ସୁଗନ୍ଧ ଭରିଦେଇଥାଏ। ଘରର ଏକ କୋଣରେ ଖୋଲା ଜାଗାରେ ଦୀପରେ କର୍ପୂର ଜାଳନ୍ତୁ। ଦେଖିବେ କିଛି ସମୟ ଭିତରେ କର୍ପୂର କେମିତି ପୂରା ଘରେ ସୁଗନ୍ଧ ଭରିଦେବ।
୫. ଲେମନ୍ ଗ୍ରାସ୍ କିମ୍ବା ଲାଭେଣ୍ଡର ତେଲକୁ ପାଣିରେ ମିଶାଇ ରୁମ୍ ଫ୍ରେସନର୍ ଭାବେ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ଦୂରେଇଯିବ।
The post ବର୍ଷାଦିନେ ଘରୁ ଦୁର୍ଗନ୍ଧ ଦୂର କରେ ଏହିସବୁ ଘରକରଣା ଟିପ୍ସ appeared first on Odisha Reporter.
from Odisha Reporter https://ift.tt/37vNaE8
No comments:
Post a Comment