ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ହାତୀବାରୀ ରୋଡ୍ କଲେଜ ସମ୍ମୁଖରେ ଥିବା ରାସ୍ତାରେ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଚାଳକକୁ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।
ଆହତ ଜଣକ ହେଲେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିହିରିଆ ଗ୍ରାମର ବାସିନ୍ଦା ସନ୍ଦୀପ ଲୁଗୁନ୍। ତାଙ୍କୁ ବୀରମିତ୍ରପୁର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆର୍ଜିଏଚ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଉକ୍ତ ଯୁବକ କୌଣସି କାମରେ ଜଲଙ୍ଗବିରା ଗ୍ରାମକୁ ଆସି ନିଜର କାର୍ଯ୍ୟ ସାରି ଘରକୁ ଫେରୁ ଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଅଜଣା ଗାଡ଼ି ଦୁର୍ଘଟଣାରେ ତାଙ୍କର ବାମ ଗୋଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାl
The post ବାଇକ ଚାଳକକୁ ପିଟିଲା ଅଜଣା ଗାଡି appeared first on Odisha Reporter.
from Odisha Reporter https://ift.tt/31SVR7J
No comments:
Post a Comment