ବୀରମିତ୍ରପୁର (ରାକେଶ ସାହୁ): ବାପାଙ୍କ ହତ୍ୟାର ପ୍ରତିଶୋଧରେ ମାମୁକୁ ହତ୍ୟା କରିଛନ୍ତି ଦୁଇ ଭଣଜା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଗୋବିରା ଗୀର୍ଜା ଟୋଲି ଗାଁରେ ଏମିତି ଏକ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୁକ୍ତ ଦୁଇ ଭଣଜା ଭିକି କୁଜୁର ଓ ଅମନ କୁଜୁରକୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ସ୍ଥିତ ଗୀର୍ଜାଟୋଲି ବସ୍ତିର ବାସିନ୍ଦା ବଲନ ବରୁଆ (୪୫)ଙ୍କୁ ତାଙ୍କର ଭଣଜାଦ୍ୱୟ ଭିକି କୁଜୁର ଓ ଅମନ କୁଜୁର ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଶାବଳରେ ମୁଣ୍ଡର ପଛ ପଟେ ଖୁବ୍ ଜୋରରେ ପ୍ରହାର କରିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ହିଁ ମାମୁ ବଲନ ବରୁଆଙ୍କ ମୃତ୍ୟୁ ଘଟିଥିଲା।
ଏହା ପରେ ବଲନଙ୍କ ମୃତଦେହକୁ ଦୁଇ ଭଣଜା ଦୂର ଜଙ୍ଗଲରେ ଥିବା ଏକ ପୋଖରୀରେ ଫୋପାଡି ଦେଇଥିଲେ। ସାନ ଭାଇ ଅଗନ୍ କୁଜୁର ଆତ୍ମ ସମର୍ପଣ କରିଥିବା ବେଳେ ବଡ଼ ଭାଇ ଭିକି କୁଜୁରକୁ ପୁଲିସ ଗିରଫ କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ମୃତ ବଲନ ବରୁଆ କିଛି ବର୍ଷ ପୂର୍ବେ କୌଣସି ଘଟଣାକୁ ନେଇ ନିଜର ଭିଣୋଇକୁ ହତ୍ୟା କରିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁଯୋଗ ଅପେକ୍ଷା ରେ ଥିବା ଦୁଇ ଭାଇ ବାପର ହତ୍ୟା କାରି ମାମୁଁଙ୍କୁ ହତ୍ୟା କରି ନିଜର ପ୍ରତିଶୋଧ ନେଇଥିବା କୁହାଯାଉଛି।
The post ମାମୁକୁ ମାରି ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲେ ଭଣଜା appeared first on Odisha Reporter.
from Odisha Reporter https://ift.tt/3jEBS2S
No comments:
Post a Comment