ପ୍ରେସିଡେନ୍ସିଆଲ୍ ଡିବେଟ୍: ଭାରତୀୟ ଜଳବାୟୁକୁ ନିନ୍ଦା କଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 22, 2020

ପ୍ରେସିଡେନ୍ସିଆଲ୍ ଡିବେଟ୍: ଭାରତୀୟ ଜଳବାୟୁକୁ ନିନ୍ଦା କଲେ ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସରିଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଏହି ଅବସରରେ ଆମେରିକା ମୁହାଁମୁହିଁ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରିପବ୍ଲିକେଟ୍ ପାର୍ଟି ପ୍ରାର୍ଥୀ ଜୌଏ ବିଡେନ୍। ଟ୍ରମ୍ପ ଭାରତ ଏବଂ ରୁଷକୁ ଟାର୍ଗେଟ୍ କରିଛନ୍ତି। ଏହାଛଡ଼ା କରୋନା ମହାମାରୀ ପ୍ରସଙ୍ଗକୁ ନେଇ ମଧ୍ୟ ପରସ୍ପରକୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ ଏବଂ ବିଡେନ୍।

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଶେଷ ହୋଇଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଏଥିରେ ଟ୍ରମ୍ପଙ୍କ ଭାରତ ଉଦ୍ଦେଶ୍ୟରେ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ବ ଜଳବାୟୁ ପ୍ରସଙ୍ଗ ଚାଲିଥିବା ବେଳେ ଟ୍ରମ୍ପ କହିଛନ୍ତି ଭାରତ, ଚୀନ ଏବଂ ରୁଷର ପାଣିପାଗ ଅତ୍ୟନ୍ତ ଖରାପ। ଏହି ଦେଶଗୁଡ଼ିକ ନିଜ ବାୟୁର ଯତ୍ନ ନେଉନାହାନ୍ତି। ତେବେ ଆମେରିକାରେ ସର୍ବଦା ନିଜର ଏୟାର କ୍ୱାଲିଟି ଇଣ୍ଡେକ୍ସର ଧ୍ୟାନ ରଖିଥାଏ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଛନ୍ତି, ଚୀନକୁ ଦେଖ, ଏହା କେତେ ଅପରିଷ୍କାର। ଭାରତ ଆଉ ରୁଷକୁ ଦେଖ, ବାୟୁ କେତେ ପ୍ରଦୂଷିତ। ଆମେରିକାରେ ଟ୍ରମ୍ପ ସରକାର ଆସିବା ପରେ ପାଣିପାଗରେ ପରିବର୍ତ୍ତନ ହୋଇଛି ବୋଲି ସେ କହିଛନ୍ତି।

ସେହିପରି ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଆମେରିକା ଓହରିବା ପ୍ରସଙ୍ଗ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ପ୍ୟାରିସ୍ ଚୁକ୍ତି କାରଣରୁ ଲକ୍ଷ ଲକ୍ଷ ନିଯୁକ୍ତି ଏବଂ କମ୍ପାନୀଗୁଡ଼ିକର ବଳିଦାନ ଦେବି ନାହିଁ। ଏହା ଅନୁଚିତ ବୋଲି ଟ୍ରମ୍ପ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଆମେରିକା ଆନୁଷ୍ଠାନିକ ଭାବେ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଓହରି ମିଳିତ ଜାତିସଂଘକୁ ଏନେଇ ସୂଚିତ କରିଥିଲା। ଜଳବାୟୁ ପରିବର୍ତ୍ତନ ଦିଗରେ ପ୍ୟାରିସ୍ ଚୁକ୍ତି ଏକ ବିଶ୍ୱସ୍ତରୀୟ ଚୁକ୍ତି ଥିଲା, ଯାହାକୁ ଲାଗୁ କରିବାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ଅନ୍ୟପଟେ ବର୍ଣ୍ଣ ବୈଷମ୍ୟକୁ ନେଇ ଦୁଇ ପ୍ରାର୍ଥୀ ଟ୍ରମ୍ପ ଏବଂ ଜୋଏଙ୍କ ମଧ୍ୟରେ ତର୍କ ବିତର୍କ ହୋଇଛି। ଜୋଏ ସିଧାସଳଖ ଟ୍ରମ୍ପକୁ ଟାର୍ଗେଟ୍ କରିଛନ୍ତି। ସେ ଆମେରିକାରେ କୃଷ୍ଣକାୟ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର ବଢ଼ିଛି। ଗତ ୫ ବର୍ଷରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି। ଆଇନ ଶୃଙ୍ଖଳା ଓ ନାଗରିକଙ୍କୁ ସମ୍ଭାଳିବାରେ ଟ୍ରମ୍ପ ପ୍ରଶାସନ ବିଫଳ ବୋଲି ଜୋଏ କହିଛନ୍ତି।

The post ପ୍ରେସିଡେନ୍ସିଆଲ୍ ଡିବେଟ୍: ଭାରତୀୟ ଜଳବାୟୁକୁ ନିନ୍ଦା କଲେ ଟ୍ରମ୍ପ appeared first on Odisha Reporter.



from Odisha Reporter https://ift.tt/35tcPKO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages