ପାରାଦୀପ( ଓଡ଼ିଶା ରିପୋର୍ଟର) :ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ମାଲବାହୀ ଜାହାଜରୁ ଖସିପଡ଼ି ୩ ନାବିକ ଆହତ ହୋଇଛନ୍ତି । ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ଖସି ପଡ଼ିଥିବା ୩ ଜଣ ବାଂଲାଦେଶୀ ନାବିକ। ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପ ପୋର୍ଟର ମେରାଇନ କର୍ମଚାରୀ।
ଜାହାଜର ମେଣ୍ଟେନାନ୍ସ କାମ କରିବା ବେଳେ ଉକ୍ତ ନାବିକମାନେ ଏକ ରେସ୍କ୍ୟୁ ବୋଟ ସହ ସମୁଦ୍ର ମଧ୍ୟକୁ ଖସି ପଡ଼ିଥିଲେ। ଖବର ପାଇ ପାରାଦୀପ ପୋର୍ଟ ହାର୍ବର ମାଷ୍ଟରଙ୍କ ନେତୃତ୍ୱରେ ଗୋଟିଏ ପାଟ୍ରୋଲିଂ କ୍ରାଫ୍ଟ ଏବଂ ଗୋଟିଏ ଟଗ୍ ବୋଟ୍ ନେଇ ମେରାଇନ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ପାରାଦୀପ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।
ଲଘୁଚାପ ଜନିତ ପ୍ରତିକୂଳ ପାଗ ସତ୍ତ୍ୱେ ପାରାଦୀପ ପୋର୍ଟ ମେରାଇନ କର୍ମଚାରୀଙ୍କ ଦୁଃସାହସିକ ପଦକ୍ଷେପ ଯୋଗୁଁ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି।
The post ମାଲବାହୀ ଜାହାଜରୁ ଖସିପଡ଼ିଲେ ୩ ନାବିକ appeared first on Odisha Reporter.
from Odisha Reporter https://ift.tt/37BIPPI
No comments:
Post a Comment