ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ଅକ୍ଷୟ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ଅକ୍ଷୟ କୁମାର

ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ନ ‘ଲକ୍ଷ୍ମୀ ବମ’ର ନାମ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମର ନାମକୁ ନେଇ ଜୋରଦାର ବିରୋଧ ପରେ ଅକ୍ଷୟ କୁମାର ନିଷ୍ପତ୍ତି ବଦଳାଇଛନ୍ତି। ଫିଲ୍ନର ନାମ ହିନ୍ଦୁ ଧର୍ମାଲମ୍ବୀଙ୍କୁ କୁଠାରଘାତ ପହଞ୍ଚାଉଥିବା ଅଭିଯୋଗ ହେଉଥିଲା। ଏବେ ନାମ ପରିବର୍ତ୍ତନ ନେଇ ରାଜପୁତ କରଣୀ ସେନା ଲିଗାଲ୍ ନୋଟିସ ପଠାଇବା ପରେ ଅକ୍ଷୟ କୁମାର ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବେ ଫିଲ୍ମର ନାମ ‘ଲକ୍ଷ୍ମୀ’ ରହିବ ବୋଲି ଜଣାପଡ଼ିଛି। ତାମିଲ୍ ଫିଲ୍ମ କାଞ୍ଚନାର ହିନ୍ଦୀ ରିମେକ୍ ହେଉଛି ‘ଲକ୍ଷ୍ମୀ’।

ନଭେମ୍ୱର ୯ରେ ଏହି ସିନେମା ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ। ଅକ୍ଷୟଙ୍କ ହିରୋଇନ ଭାବରେ କିଆରା ଆଡ଼ଭାନୀଙ୍କୁ ଲୋକେ ଦେଖିବାକୁ ପାଇବେ।

କରଣୀ ସେନାର ନୋଟିସ ଅନୁଯାୟୀ ଫିଲ୍ମଟି ହିନ୍ଦୁ ସମ୍ପ୍ରଦାୟକୁ କୁଠାରଘାତ ପହଞ୍ଚାଉଛି। ଫିଲ୍ମର ଶୀର୍ଷକରେ ‘ବମ୍’ ଯୋଡ଼ା ହୋଇଥିବା ନେଇ ମୁଖ୍ୟତଃ ଆପତ୍ତି ଉଠିଛି। ଏହି ନାମରେ ଫିଲ୍ମ ରିଲିଜ ହେଲେ ସମାଜକୁ ଭୁଲ୍ ବାର୍ତ୍ତା ଯିବ ବୋଲି ଅନେକ ହିନ୍ଦୁ ସଂଗଠନ କହିଥିଲେ। ଯଦି ଫିଲ୍ମଟିର ନାମ ପରିବର୍ତ୍ତନ ହୋଇନଥାନ୍ତା ତାହେଲେ ଫିଲ୍ମଟିକୁ ବୟକଟ କରିବାକୁ ହିନ୍ଦୁ ସଂଗଠନ ମାନେ ଆହ୍ୱାନ କରିବେ ବୋଲି ଚେତାବନୀ ଦେଇଥିଲେ।

The post ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ଅକ୍ଷୟ କୁମାର appeared first on Odisha Reporter.



from Odisha Reporter https://ift.tt/31XjThZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages