ଶରତଙ୍କୁ ମିଳିନି ଉଚିତ ସମ୍ମାନ; ଆନ୍ଧ୍ରପ୍ରଦେଶ ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ଶରତଙ୍କୁ ମିଳିନି ଉଚିତ ସମ୍ମାନ; ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ରାଜନେତା ଶରତ କରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ନପାରିବା  ଘଟଣାକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, ରାଜ୍ୟର ଜଣେ ଯଶସ୍ୱୀ ରାଜନେତାଙ୍କ ବିୟୋଗ ପରେ ତାଙ୍କୁ ସମ୍ମାନ ଦେବାରେ ଯେଉଁଭଳି ଅବହେଳା କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ। ଶରତ କରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ସ୍ମୃତିସଭାରେ ବିଶ୍ୱଭୂଷଣ ଏଭଳି କହିଛନ୍ତି।

ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଜୁମ୍ ଭିଡିଓ ଆପ୍ ମାଧ୍ୟମରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଦଳମତ ନିର୍ବିଶେଷର ରାଜ୍ୟର ମାନ୍ୟଗଣ ବ୍ୟକ୍ତି ଓ ରାଜନେତାମାନେ ସ୍ଵର୍ଗତ କରଙ୍କ ସ୍ମୃତିଚାରଣ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶରତଙ୍କୁ ଉଚିତ ସମ୍ମାନ ମିଳିନଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

The post ଶରତଙ୍କୁ ମିଳିନି ଉଚିତ ସମ୍ମାନ; ଆନ୍ଧ୍ରପ୍ରଦେଶ ରାଜ୍ୟପାଳ appeared first on Odisha Reporter.



from Odisha Reporter https://ift.tt/31m6DTU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages