ନୋବେଲ୍ ଶାନ୍ତି ପୁରସ୍କାର ପଛରେ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

ନୋବେଲ୍ ଶାନ୍ତି ପୁରସ୍କାର ପଛରେ ଓଡ଼ିଆ

ରାଉରକେଲା (ଓଡ଼ିଶା ରିପୋର୍ଟର): ନୋବେଲ ଶାନ୍ତି ପୁରସ୍କାର ସହ ଓଡ଼ିଶାର ଲିଙ୍କ୍। ଶୁଣିଲେ ସାମାନ୍ୟ ଅଜବ ଲାଗୁଥିଲେ ହେଁ, ଏହା ସତ। ରାଉରକେଲା ଏନଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ଏହି ପୁରସ୍କାରର ସମ୍ପର୍କ ରହିଛି। ଚଳିତ ବର୍ଷ ୱାର୍ଲଡ୍ ଫୁଡ୍ ପ୍ରୋଗାମକୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର।

ବିଶ୍ୱରୁ କ୍ଷୁଧା ଦୂର କରିବାକୁ ଗୁଗଲ୍ ଏବଂ WFP ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏଥିଲାଗି ଗୁଗଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାର୍ଯ୍ୟକ୍ରମର ସହାୟତା ନିଆଯାଉଛି। ଆଉ ଏହି କାର୍ଯ୍ୟକ୍ରମ ସହ ସିଧାସଳଖ ସାମିଲ ଅଛନ୍ତି ପ୍ରଣବ ଖୈତାନ। ବିଶ୍ୱରୁ କ୍ଷୁଧା ଦୂର କରିବାକୁ ଗୁଗଲ ଏବଂ WFPର ଏହି କାର୍ଯ୍ୟକ୍ରମ ଅନେକ ମାତ୍ରାରେ ସଫଳ ହୋଇଛି।

ଇଣ୍ଡୋନେସିଆ ଓ ମେକ୍ସିକୋ ସହ ବିଶ୍ୱର ୫ଟି ଦେଶରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେଇ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଭୋକିଲାଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁଛି। ଏହି ବୈଷୟିକ ଜ୍ଞାନକୌଶଳକୁ ଭାରତରେ ବାତ୍ୟା ଓ ଭୂକମ୍ପ ସମୟରେ ମଧ୍ୟ ଉପଯୋଗ କରାଯାଇଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏ ନେଇ ପ୍ରଣବ କହିଛନ୍ତି, ମାନବଜାତିର ସେବା ପାଇଁ WFP ମୋତେ ସୁଯୋଗ ଦେଇଥିବାର ମୁଁ ବହୁତ ଖୁସି ଅନୁଭୂତ କରୁଛି। ଏଥିପାଇଁ ମୁଁ ମୋ ମାତାପିତା, ସମ୍ପର୍କୀୟ ଓ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।

ପ୍ରଣବ ଖୈତାନ ୨୦୦୯ ମସିହାରେ ରାଉରକେଲା ଏନଆଇଟିରୁ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଗୁଗୁଲ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି। ରାଉରକେଲାରେ ଜନ୍ମ ହୋଇଛନ୍ତି ପ୍ରଣବ। ତାଙ୍କ ମାଆ ଉଷାଙ୍କ ମଧ୍ୟ ରାଉରକେଲା ସହ ସମ୍ପର୍କ ରହିଛି।

The post ନୋବେଲ୍ ଶାନ୍ତି ପୁରସ୍କାର ପଛରେ ଓଡ଼ିଆ appeared first on Odisha Reporter.



from Odisha Reporter https://ift.tt/3jmV2dz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages