ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ିବା ପରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିବାକୁ କେବେ ଭୁଲନ୍ତି ନାହିଁ। ପୁଣି ଟ୍ୱିଟର ପୋଷ୍ଟ ଜରିଆରେ ଶତ୍ରୁଘ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଜାରେ ମଜାରେ ତୀକ୍ଷ୍ମ ତୀର ମାରିଛନ୍ତି।
ଟ୍ୱିଟରରେ ଦୁଇଟି କ୍ଲିପ୍ ଶେୟାର କରି ଲୋକଙ୍କୁ ଏହାର ମଜା ନେବାକୁ କହିଛନ୍ତି ଶତ୍ରୁଘ୍ନ। ଗୋଟିଏ କ୍ଲିପରେ ଲେଖାଅଛି, “ଏ ପୃଥିବୀରେ ଦୁଇଜଣ ବ୍ୟକ୍ତିଙ୍କୁ ଖୋଜିବା ଅସମ୍ଭବ। ଜଣେ, ମୋଦିଙ୍କ କ୍ଲାସମେଣ୍ଟ ଏବଂ ଆଉ ଜଣେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୋଦିଙ୍କଠାରୁ ଚା’ କିଣିଥିଲେ।” ସେହିପରି ଦ୍ୱିତୀୟ କ୍ଲିପରେ ଲେଖାଅଛି, “ଭୁଲ ପିଠି ଭଳି ହୋଇଥାଏ, ନିଜ ବ୍ୟତୀତ ସମସ୍ତଙ୍କୁ ଦେଖାଦେଇଥାଏ।”
ଏଭଳି ଦୁଇଟି କ୍ଲିପ୍ ଶେୟାର କରି ଶତ୍ରୁଘ୍ନ କ୍ୟାପଶନରେ ଲେଖିଛନ୍ତି, ଅଳସୁଆ ରବିବାରରେ ଭଲ ହସ ପାଇଁ ଏହି କ୍ଲିପର ମଜା ନିଅନ୍ତୁ। ସ୍ପେଶାଲ ସନଡେ’ ହ୍ୟୁମର ଲେଖି ସେ ହ୍ୟାଶଟ୍ୟାଗ୍ ମଧ୍ୟ ଦେଇଛନ୍ତି।
Enjoy these clips on a relaxed & lazy Sunday…..all for a good laugh👇👇👇👇#SpecialSundayHumour pic.twitter.com/fGGeHmIHmQ
— Shatrughan Sinha (@ShatruganSinha) November 1, 2020
ସୂଚନାଯୋଗ୍ୟ, କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ବେଳେ ଶତ୍ରୁଘ୍ନ କେନ୍ଦ୍ରମନ୍ତ୍ରୀ ଥିଲେ। 1990ରୁ 2015 ପର୍ଯ୍ୟନ୍ତ ସେ ବିଜେପିର ଷ୍ଟାର୍ ପ୍ରଚାରକ ରହିସାରିଛନ୍ତି। ବେଲେ ମତାନ୍ତର କାରଣରୁ 2019ରେ ସେ ବିଜେପି ଛାଡ଼ିଦେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଏବେ ତାଙ୍କ ପୁଅ ଲବ୍ ସିହ୍ନାଙ୍କୁ ପାଟନାର ବାଙ୍କିପୁର ଆସନରୁ କଂଗ୍ରେସ ପ୍ରାର୍ଥୀ କରିଛି।
The post ମଜା ମଜାରେ ମୋଦିଙ୍କୁ ଟାର୍ଗେଟ୍ କଲେ ଶତ୍ରୁଘ୍ନ appeared first on Odisha Reporter.
from Odisha Reporter https://ift.tt/3eh1IsD
No comments:
Post a Comment