ତିର୍ତ୍ତୋଲ ଉପନିର୍ବାଚନ: ୧୫୫ଟି ସମ୍ବେଦନଶୀଳ ପୋଲିଂ ବୁଥ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ତିର୍ତ୍ତୋଲ ଉପନିର୍ବାଚନ: ୧୫୫ଟି ସମ୍ବେଦନଶୀଳ ପୋଲିଂ ବୁଥ୍

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଆସନ୍ତା ୩ ତାରିଖରେ ହେବାକୁ ଯାଉଥିବା ତିର୍ତ୍ତୋଲ ଉପନିର୍ବାଚନ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ। ଉପନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ର। ଉପନିର୍ବାଚନ ପାଇଁ ୩୭୩ଟି ପୋଲିଂ ବୁଥ୍ ରହିଛି, ଯେଉଁଥିରୁ ୧୫୫ଟି ବୁଥ୍ ସମ୍ବେଦନଶୀଳ ରହିଛି।

ସେହିପରି ୬୨ଟି ବୁଥରେ ସିଏସଏଫ୍ ମୁତୟନ କରାଯିବ। ୪୦ଟି ବୁଥରେ ମାଇକ୍ରୋ ଅବଜରଭର୍ ଏବଂ ୩୭ଟି ବୁଥରେ ୱେବ୍ କାଷ୍ଟିଂ ହେବ। ତେବେ ବାକି ପୋଲିଂ ବୁଥରେ ସିସିଟିଭି ବ୍ୟବହାର ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏହାବ୍ୟତୀତ ଭୋଟିଂ ପୂର୍ବରୁ ପ୍ରତ୍ୟେକ ବୁଥ୍ ସାନିଟାଇଜ ହେବ। ପୋଲିଂ ବୁଥ୍ ବାହାରେ ମାସ୍କ ଓ ସାନିଟାଇଜରର ବନ୍ଦୋବସ୍ଥ କରାଯିବା ସହ ସମସ୍ତଙ୍କର ଥର୍ମାଲ୍‌ ସ୍କ୍ରିନିଂର ହେବ। ତେବେ ଭୋଟ୍ ଦେବାକୁ ଯାଉଥିବା ମତଦାତାମାନେ ହାତରେ ଗ୍ଲୋଭ୍ସ ପିନ୍ଧି ନିଜର ମତାଧିକାର ସାବ୍ୟସ୍ତ କରିବେ।

ରବିବାର ଏସଭିଏମ୍ କଲେଜ ପରିସରରୁ ସମସ୍ତ ପୋଲିଂ ପାର୍ଟିକୁ ନିଜ ନିଜ ବୁଥ୍‌କୁ ଯିବାର ବ୍ୟବସ୍ଥା କରାଯାଉଛି। ଗୋଟିଏ ବସ୍‌ରେ ୨ଟି ପୋଲିଂ ପାର୍ଟି ଯାଉଥିବା ବେଳେ ସମସ୍ତ ୩୭୩ ବୁଥ୍‌ରେ କୋଭିଡ ଗାଇଡ ଲାଇନ ଅନୁସାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।

The post ତିର୍ତ୍ତୋଲ ଉପନିର୍ବାଚନ: ୧୫୫ଟି ସମ୍ବେଦନଶୀଳ ପୋଲିଂ ବୁଥ୍ appeared first on Odisha Reporter.



from Odisha Reporter https://ift.tt/367QEdR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages