ନୂଆଦିଲ୍ଲୀ: ବଡ଼ ବଡ଼ ବୁଢ଼ିଆଣୀକୁ ଦେଖିଲେ ଯିଏ କେହି ବି ଡରିଯିବା ସ୍ୱାଭାବିକ। ହେଲେ ଆପଣ ଜାଣନ୍ତି କି, ଏପରି ଅନେକ ମାରାତ୍ମକ ବୁଢ଼ିଆଣୀ ଅଛନ୍ତି, ଯେଉଁମାନଙ୍କ ବଡ଼ ସ୍ତରରେ ଚୋରା ଚାଲାଣ କରାଯାଇଥାଏ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଲୁହା, ହିରା, ଡ୍ରଗ୍ସ ଭଳି ବୁଢ଼ିଆଣୀ ତସ୍କର ମଧ୍ୟ ଅଛନ୍ତି। ତେବେ ଫିଲିପିନ୍ସରେ ଗୋଟିଏ ଏଭଳି ମାମଲା ସାମ୍ନାକୁ ଆସିଛି। ଏକ ଜୋତାରୁ ୧୧୯ଟି ଜୀବିତ ଟରାନଚ୍ୟୁଲା ବୁଢ଼ିଆଣୀ ଜବତ କରାଯାଇଛି, ଏମାନେ ଖୁବ୍ ମାରାତ୍ମକ।
ଏୟାରପୋର୍ଟ କର୍ମଚାରୀ ଜଣକ ଗୋଟିଏ ହଳ ଜୋତାରେ ଏହି ୧୧୯ଟି ଜୀଅନ୍ତା ଟାରାନଚ୍ୟୁଲା ବୁଢ଼ିଆଣୀ ଥିବା ପ୍ରଥମେ ଦେଖିଥିଲେ। ବ୍ୟୁରୋ ଅଫ୍ କଷ୍ଟମ୍ ପକ୍ଷରୁ ଏନେଇ ସୋଶାଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଶେୟାର କରାଯାଇଛି। ତଦ୍ଦନୁଯାୟୀ, ନିୟୋନ୍ ଏକ୍ସିନୋ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ (ଏନଏଆଇଏ)ର ଜଣେ କର୍ମଚାରୀ ପୋଲାଣ୍ଡସରୁ ଆସିଥିବା ଏକ ପାର୍ସଲ ଭିତରେ ଏହି ବୁଢ଼ିଆଣୀଗୁଡ଼ିକୁ ଠାବ କରିଛନ୍ତି। ‘ମିଶାଲ୍ କ୍ରୋଲିକି’ ନାମ୍ନୀ ବ୍ୟକ୍ତି ପାର୍ସଲଟିକୁ ପଠାଇଥିବା ବେଳେ ଏଥିରେ ରିସିଭର୍ ଠିକଣା ଜନରଲ ଟ୍ରାୟସ, କ୍ୟାଭିଟେ ଉଲ୍ଲେଖ ରହିଥିଲା।
ପାର୍ସଲର ଅଜବ ଆକୃତି ଦେଖି ସନ୍ଦେହ ହେବାରୁ ସୀମା ଶୁଳ୍କ ଅଧିକାରୀ ଏହାକୁ ଖୋଲିଥିଲେ। ଅକ୍ଟୋବର ୨୮ରେ ଏହାକୁ ଇଣ୍ଟରସେପ୍ଟ କରାଯାଇଥିଲା। ପାର୍ସଲ ଖୋଲିବା ପରେ ଛୋଟ ଛୋଟ ପ୍ଲାଷ୍ଟିଟ୍ ଶିଶିରେ ୧୧୯ଟି ଟାରାନଚ୍ୟୁଲା ବୁଢ଼ିଆଣୀ ଥିବା ଦେଖିବାକୁ ମିଳିଲା। ଶିଶିଗୁଡ଼ିକୁ ଜୋତାରେ ଲୁଚାଇ ରଖାଯାଇଥିଲା।
ବ୍ୟୁରୋ ଅଫ୍ କଷ୍ଟମ୍ସ ଫେସବୁକରେ ଏହାର ଫଟୋଗୁଡ଼ିକୁ ଶେୟାର କରିଛି। ଏହାସହ ଶିଶିରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବନ୍ତ ପ୍ରଜାତିର ବୁଢ଼ିଆଣୀ ମିଳିଥିବା ସୂଚନା ଦେଇଛି। ଜବତ ବୁଢ଼ିଆଣୀମାନଙ୍କୁ ଅକ୍ଟୋବର ୨୯ରେ ପରିବେଶ ଏବଂ ପ୍ରାକୃତିକ ସମ୍ପଦ ବନ୍ୟଜନ୍ତୁ ଟ୍ରାଫିକ୍ ମନିରଟିରିଂ ୟୁନିଟକୁ ହସ୍ତାନ୍ତର କରିଦିଆଯାଇଛି।
ତେବେ ପାର୍ସଲ କିଏ, କାହାକୁ, କଣ ପାଇଁ ପଠାଇଥିଲା ଏବଂ ଏହା ପଛରେ ଉଦ୍ଦେଶ୍ୟ କଣ ଥିଲା ଜାଣିବାକୁ ତଦନ୍ତ କରାଯାଉଛି। ଟରାନଚ୍ୟୁଲା ଏକ ବଡ଼ ଧରଣର ଏବଂ ଲୋମଯୁକ୍ତ ମାରାତ୍ମକ ବୁଢ଼ିଆଣୀର ଗୋଷ୍ଠୀ। ବିଦେଶରେ ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ।
ଫିଲିପିନ୍ସରେ ଟରାନଚ୍ୟୁଲାକୁ ଲୁପ୍ତପ୍ରାୟ ବନ୍ୟଜୀବ ପ୍ରଜାତିରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଅବୈଧ ବନ୍ୟଜନ୍ତୁ ବ୍ୟାପାର ପାଇଁ ଜରିମାନା ସହ ୬ ମାସରୁ ୧ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି। ଟରାନଚ୍ୟୁଲା ବୁଢ଼ିଆଣୀଙ୍କ ବଡ଼ ଧରଣର ଚୋରାଚାଲାଣ ରାକେଟ୍ ବିଶ୍ୱ ସ୍ତରରେ ହୋଇଥାଏ। ସାଧାରଣତଃ ତସ୍କରମାନେ ଏଥିପାଇଁ ବିମାନ ଯାତ୍ରାକୁ ସୁରକ୍ଷିତ ମଣିଥାନ୍ତି।
The post ଜୋତା ଭିତରେ ଥିଲା ୧୧୯ଟି ମାରାତ୍ମକ ଜୀଅନ୍ତା ବୁଢ଼ିଆଣୀ appeared first on Odisha Reporter.
from Odisha Reporter https://ift.tt/3mQescT
No comments:
Post a Comment