ଶାହାରୁଖଙ୍କ ଜନ୍ମଦିନରେ ଚମକିଲା ବୁର୍ଜ ଖଲିଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 2, 2020

ଶାହାରୁଖଙ୍କ ଜନ୍ମଦିନରେ ଚମକିଲା ବୁର୍ଜ ଖଲିଫା

ମୁମ୍ବାଇ: ଗତକାଲି ଥିଲା ବଲିଉଡ୍ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କ ୫୫ତମ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ସୋଶାଲ୍ ମିଡିଆରେ ଗତକାଲି ଶାହାରୁଖଙ୍କ ବର୍ଥଡେ’ ଟ୍ରେଣ୍ଡ କରୁଥିଲା। ବଲିଉଡ୍ ସେଲେବ୍ରିଟିଙ୍କ ସମେତ ବଡ଼ ବଡ଼ ରାଜନେତାମାନେ ମଧ୍ୟ କିଙ୍ଗ୍ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କର ବହୁ ଡାଇ ହାର୍ଟ ଫ୍ୟାନ୍‌ ତାଙ୍କ ଜନ୍ମଦିନକୁ ଭିନ୍ନ ଭିନ୍ନ ଅନ୍ଦାଜରେ ସେଲେବ୍ରେଟ କରିଥିଲେ। କୋଭିଡଙ୍କ ଏହି କଠିନ ସମୟରେ ଶାହରୁଖ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସହ ଭର୍ଚୁଆଲ ଜନ୍ମଦିନ ପାଳନ କରିଥିଲେ। ତେବେ ଏ ସବୁ ବାଦ୍ ଗତକାଲି ଦୁବାଇରେ କିଙ୍ଗ୍‌ ଖାନ୍‌ଙ୍କ ଜନ୍ମଦିନକୁ ନିଆରା ଅନ୍ଦାଜରେ ପାଳନ କରାଯାଇଥିଲା।

ଗତକାଲି ସନ୍ଧ୍ୟାରେ ବିଶ୍ୱର ସବୁଠୁ ଉଚ୍ଚା ବିଲ୍ଡିଂ ‘ବୁର୍ଜ ଖଲିଫା’ ଜରିଆରେ ଦୁବାଇ କିଙ୍ଗ୍‌ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଏକ ଜବରଦସ୍ତ ଲାଇଟ୍ ଶୋ’ ଓ ମ୍ୟୁଜିକ୍‌ ସହ ବେଶ୍‌ ଧୂମ୍‌ଧାମ୍‌ରେ ସେମାନେ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ‘ବୁର୍ଜ ଖଳିଫା’ରେ ଶାହାରୁଖ୍‌ଙ୍କ ନାଁ ସହ ଫଟୋ ବି ଦେଖିବାକୁ ମିଳିଥିଲା। ଏହି ସମୟର ଏକ ଫଟୋ ଶାହାରୁଖ ନିଜ ଟ୍ୱିଟର୍ ହ୍ୟାଣ୍ଡେଲରୁ ଶେଆର୍‌ କରିଛନ୍ତି। ଏହାର କ୍ୟାପଶନ୍‌ରେ ସେ ଲେଖିଛନ୍ତି,  ‘ନିଜକୁ ଦୁନିଆର ସବୁଠୁ ବଡ଼ ଏବଂ ସର୍ବୋଚ୍ଚ ପରଦାରେ ଦେଖି ବହୁତ ଭଲ ଲାଗିଲା  ମୋର ବନ୍ଧୁ ମହମ୍ମଦ ଆଲବର୍ ମୋର ପରବର୍ତ୍ତୀ ଚଳଚ୍ଚିତ୍ର ପୂର୍ବରୁ ଏହା କରିଛନ୍ତି। ଏହି ପ୍ରେମ ପାଇଁ ବୁର୍ଜ ଖଲିଫା ଏବଂ ଦୁବାଇକୁ ଧନ୍ୟବାଦ। ମୁଁ ଦୁବାଇରେ ମୋର ନିଜର ଅତିଥି ହୋଇପାରିଛି। ମୋ ପିଲାମାନେ ଏହା ଦ୍ୱାରା ଇମ୍ପ୍ରେସ୍ ହୋଇପାରନ୍ତି, କିନ୍ତୁ ମୁଁ ଏହାକୁ ଭଲପାଇ ବସିଛି’।

ଶାହାରୁଖଙ୍କ ସହ ତାଙ୍କ ଝିଅ ସୁହାନା, ପୁଅ, ଅବ୍ରାହମ୍ ଓ କଜିନ୍ ଆଲିଆ ଛିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା ପ୍ରଥମ ଥର ନୁହେଁ, ଗତ ବର୍ଷ ମଧ୍ୟ ବୁର୍ଜ ଖଲିଫା ଲାଇଟ୍ ଶୋ’ ଜରିଆରେ ଶାହାରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଜଣାଇଦେବାକୁ ଚାହୁଁ ଯେ ଶାହାରୁଖ୍‌ ହେଉଛନ୍ତି ପ୍ରଥମ ବଲିଉଡ୍‌ ଅଭିନେତା, ଯାହାଙ୍କୁ ‘ବୁର୍ଜ ଖଲିଫା’ ଜରିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଯାଇଛି।

The post ଶାହାରୁଖଙ୍କ ଜନ୍ମଦିନରେ ଚମକିଲା ବୁର୍ଜ ଖଲିଫା appeared first on Odisha Reporter.



from Odisha Reporter https://ift.tt/2TUAnTv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages