୩୦ ନଭେମ୍ବର, ସୋମବାର: ପତିପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

୩୦ ନଭେମ୍ବର, ସୋମବାର: ପତିପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେବ

ମେଷ: ବନ୍ଧୁଙ୍କ ଆଗମନ ଆପଣଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ। କୁଟନୈତିକ ବ୍ୟବହାର ଦ୍ୱାରା କାମ ହାସଲ କରିବେ। କଥାବାର୍ତ୍ତାରେ ସଂଯମତା ରକ୍ଷା କରିବା ଜରୁରୀ।

ବୃଷ: ପଡ଼ୋଶୀଙ୍କ ସହ ବାର୍ତ୍ତାଳାପରେ ସମୟ ବିତାଇବାର ଅବକାଶ ମିଳିବ। ନିଜ ଚିନ୍ତାଧାରା ଉପରେ ସ୍ଥିର ରହିବେ। କିଛି ଭୁଲ୍ ସମ୍ବାଦକୁ ନେଇ କାହା ସହିତ ମତାନ୍ତର ଦେଖାଦେଇପାରେ।

ମିଥୁନ: ଯାତ୍ରା ବେଳେ ଦ୍ରବ୍ୟହାନୀର ଆଶଙ୍କା ରହିଛି। କିଛି କଥା ଅନିଚ୍ଛା ସତ୍ତ୍ୱେ କହିଦେଇ ମନସ୍ତାପ କରିବେ। ଅଯଥା ବ୍ୟୟ ସହ ମାନସିକ ଅସ୍ଥିରତା ଅନୁଭବ କରିବେ।

କର୍କଟ: ବଳବାନ ଲୋକଙ୍କ ସମ୍ପର୍କରେ ଆସିବେ, ଯାହାଙ୍କ ଦ୍ୱାରା ଲାଭବାନ ହେବାର ସୁଯୋଗ ମିଳିବ। ଉଚ୍ଚମନା ହେବା ସହ କେତେକ କ୍ଷେତ୍ରରେ ଜିଦଖୋର ମନବୃତ୍ତି ରଖିବେ।

ସିଂହ: କର୍ମକ୍ଷେତ୍ରରେ କେତେକ କାମ ଆପଣଙ୍କୁ ସୁହାଇ ନପାରେ। ସମାଜ ପାଇଁ ସମୟ ଓ ଅର୍ଥ ବ୍ୟୟ କରିବେ। ବାହାରକୁ ସବୁ ଠିକ୍ ଲାଗୁଥିଲେ ମଧ୍ୟ ମନରେ ଅନେକ ଦ୍ୱନ୍ଦ୍ୱ ରହିବ।

କନ୍ୟା: ବିଭିନ୍ନ କ୍ଷେତ୍ରରୁ ସାହାଯ୍ୟ ସହଯୋଗ ଆପେ ଆପେ ପ୍ରାପ୍ତି ହେବ। ଶେଆର ବଜାରରୁ ଲାଭ ମିଳିବା ସୂଚନା ରହିଛି।
ଭଲ ପରିବେଶରେ ସମୟ କାଟିବାର ସୁଯୋଗ ମିଳିବ।

ତୁଳା: ଶାନ୍ତି ବ୍ୟାହତ ହେବ। ଗଳାରେ କିଛି ସଂକ୍ରମଣର ଆଶଙ୍କା ରହିଛି। ବିଶେଷ ଅସୁବିଧା ନଥିଲେ ମଧ୍ୟ ପ୍ରତିକ୍ଷେତ୍ରରେ ଅନାଗ୍ରହ ରହିବ।

ବିଛା: ବ୍ୟବସାୟରେ ଅଧିକ ଲାଭ ଆଶା କରିବେ।  ପତିପତ୍ନୀଙ୍କ ମଧ୍ୟରେ ସନ୍ଦେହ ବା ସ୍ୱାସ୍ଥ୍ୟହାନୀକୁ ନେଇ ଅଶାନ୍ତି ଦେଖାଦେବ।
ଖଳଲୋକଙ୍କ ସହ ସମୟ ବିତାଇବେ।

ଧନୁ: କେତେକ କ୍ଷେତ୍ରରେ ଭୁଲ୍ ଠିକ୍‌ର ବିଚାର କରିପାରିବେ ନାହିଁ। ବିଭିନ୍ନ କ୍ଷେତ୍ରରେ ବିରୋଧର ସମ୍ମୁଖୀନ ହୋଇପାରନ୍ତି।  ପ୍ରତିକାର– ରୋଗୀଙ୍କୁ ସାହାଯ୍ୟ କରନ୍ତୁ।

ମକର: କଳ୍ପନା ଭିତରେ ଅନେକ ଦୂରକୁ ଚାଲିଯିବେ, ଯାହା ଅବାନ୍ତର ରାସ୍ତା ଥିବ। ଭଲ ପାଉଥିବା ଲୋକମାନଙ୍କର ବ୍ୟବହାରରେ ଦୁଃଖିତ ହୋଇପାରନ୍ତି। ଏକାନ୍ତ ଅନୁଭବ କରିବେ। ବ୍ୟବସାୟରେ ସଫଳ ହେବେ।

କୁମ୍ଭ: ବନ୍ଧୁଙ୍କ ସହିତ ଭୁଲ ବୁଝାମଣା ହୋଇପାରେ। ଅଜଣା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଯାତ୍ରା କଲାବେଳେ ସତର୍କ ରୁହନ୍ତୁ।

ମୀନ: ଆପଣଙ୍କ ଧୈର୍ଯ୍ୟ ଓ ସାହାସ ସବୁ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଆର୍ଥିକ ପ୍ରଗତି ସହ ମନୋରଞ୍ଜନ ଓ ନୂତନ ସମ୍ପର୍କ ମନକୁ ପ୍ରସନ୍ନ ରଖିବ।

The post ୩୦ ନଭେମ୍ବର, ସୋମବାର: ପତିପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେବ appeared first on Odisha Reporter.



from Odisha Reporter https://ift.tt/2ViYI6e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages