ଆଜି ଶ୍ରୀଜିଉଙ୍କ ରାଜାରାଜେଶ୍ୱର ବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ଆଜି ଶ୍ରୀଜିଉଙ୍କ ରାଜାରାଜେଶ୍ୱର ବେଶ

ପୁରୀ(ଓଡ଼ିଶା ରିପୋର୍ଟର): କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।  ତେବେ କୋଭିଡ୍ କଟକଣା ପାଇଁ ଶ୍ରୀମନ୍ଦିକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀଜିଉଙ୍କ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ।

ସେପଟେ ଆଜି ଧର୍ମ ମାସ କାର୍ତ୍ତିକର ଶେଷ ଦିନ। ଏହି ଦିନ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇବା ଲାଗି ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ ସବୁ ଖାଁ ଖାଁ। ଏହାସତ୍ତ୍ୱେ ପର୍ଯ୍ୟଟକ ତଥା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀରେ ୧୫ ପ୍ଲାଟୁନ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୫୦ ଅଫିସର ମୁତୟନ ଥିବା ଜଣାଯାଇଛି। ।

କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବା ଯୋଗୁଁ ଭକ୍ତମାନେ ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରିବା ପାଇଁ ଏସ୍‌ପି କନଓ୍ୱର ବିଶାଲ ସିଂହ ଅନୁରୋଧ କରିଛନ୍ତି । ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ସମ୍ଭାବନା ଥିବାରୁ ଗାଡି ଚଳାଚଳ ଉପରେ କଟକଣା ରହିଛି ।

ମାର୍କେଟ ଛକ ପର୍ଯ୍ୟନ୍ତ ୪ ଚକିଆ ଗାଡି ଚଳାଚଳ ପାଇଁ ଅନୁମତି ରହିଛି । ସେହିପରି ମରିଚିକୋଟ ଛକ ପର୍ଯ୍ୟନ୍ତ ୨ ଚକିଆ   ଗାଡ଼ି ଚଳାଚଳ ପାଇଁ ଅନୁମତି ରହିଛି ।

The post ଆଜି ଶ୍ରୀଜିଉଙ୍କ ରାଜାରାଜେଶ୍ୱର ବେଶ appeared first on Odisha Reporter.



from Odisha Reporter https://ift.tt/37z0zKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages