ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ମୃତ୍ୟୁ ପ୍ରସଙ୍ଗରେ କମ୍ପିଲା ବିଧାନସଭା । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଆଜି ଉଭୟ ବିଜେପି ଓ କଂଗ୍ରେସ ଗୃହରେ ହୋହଲ୍ଲା କରିଛନ୍ତି ।
ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିଜେପିର ସଦସ୍ୟମାନେ ପ୍ରତିବାଦ କରିବା ସହ ନାରାବାଜି କରିଛନ୍ତି । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛନ୍ତି । ସେ କହିଛନ୍ତି, “ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଗୃହ ଚଳାଇ ଦେବୁନି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ।”
ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ ଦାବି କରିଛନ୍ତି । ଫଳରେ ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ୨୦ ମିନିଟ ଓ ପରେ ୩ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।
The post ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଲା ବିଧାନସଭା appeared first on Odisha Reporter.
from Odisha Reporter https://ift.tt/39f8gaz
No comments:
Post a Comment