ରାଜ୍ୟରେ ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ; ଆଗରେ କଟକ, ଖୋର୍ଦ୍ଧାରେ ୫୦ ତଳକୁ ଖସିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

ରାଜ୍ୟରେ ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ; ଆଗରେ କଟକ, ଖୋର୍ଦ୍ଧାରେ ୫୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଅବଶିଷ୍ଟ ୨୭୫ଟି ହେଉଛନ୍ତି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୫୦ ତଳକୁ ଖସିଛି। ଏହି ଜିଲ୍ଲାରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଗରେ ରହିଛି କଟକ ଜିଲ୍ଲା। ଏହି ଜିଲ୍ଲାରୁ ସର୍ବାଧିକ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ଅନୁଗୁଳ ଜିଲ୍ଲାରେ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ଏହି ସଂଖ୍ୟା ୫୦ ତଳକୁ ରହିଛି।

ଏଯାବତ୍‌ ରାଜ୍ୟରେ ସମୁଦାୟ  ୩,୧୬୬୪୫  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୮୧୦୨  ସୁସ୍ଥ ହୋଇସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୬୭୮୬ ଆକ୍ଟିଭ କେସ୍‌ ରହିଛି ।

କରୋନା ଗ୍ରାଫ୍‌ ଦିନକୁ ଦିନ ତଳକୁ ଖସୁଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁ ଗ୍ରାଫ୍‌ କିନ୍ତୁ ତଳମୁହାଁ ହେବା ନାଁ ଧରୁନି। ଦୈନିକ ୧୫ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଆଖି ବୁଜୁଥିବା ବେଳେ ଏବେ ଏହି ସଂଖ୍ୟା ୧୭ଶହ ପାର କରିସାରିଛି।

The post ରାଜ୍ୟରେ ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ; ଆଗରେ କଟକ, ଖୋର୍ଦ୍ଧାରେ ୫୦ ତଳକୁ ଖସିଲା ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3fA46vb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages