୨ ବର୍ଷର ଶିଶୁପୁତ୍ର ଉପରେ ମାଡ଼ିଗଲା କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

୨ ବର୍ଷର ଶିଶୁପୁତ୍ର ଉପରେ ମାଡ଼ିଗଲା କାର୍

ରାଉରକେଲା (ଓଡ଼ିଶା ରିପୋର୍ଟର): ଖେଳୁଥିବା ବେଳେ ୨ ବର୍ଷର ଶିଶୁପୁତ୍ର ଉପରେ ମାଡ଼ିଗଲା କାର୍। ଘଟଣାଟି ଘଟିଛି ରାଉରକେଲାର ରଘୁନାଥପାଲି ଥାନା ଲେବର୍ ଟେନାମେଣ୍ଟ ଅଞ୍ଚଳରେ।

ଗତକାଲି ସୁବାସ ବସ୍ତି ନିକଟରେ କିଛି ପିଲା ଖେଳୁଥିବା ବେଳେ ଏକ କାର୍ ଏହି ଶିଶୁଟିକୁ ଧକ୍କା ଦେଇଥିଲା। ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ ।ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧ ହଟିଥିଲା। ଏହା ସହିତ ଉକ୍ତ ଅଞ୍ଚଳରେ ଯେପରି କୌଣସି ଗାଡ଼ି ଦ୍ରୁତ ଗତିରେ ଯା’ଆସ ନ କରନ୍ତି, ସେ ନେଇ କଟକଣା ଜାଣି କରିବାକୁ ଲୋକେ ଦାବି କରିଛନ୍ତି।

The post ୨ ବର୍ଷର ଶିଶୁପୁତ୍ର ଉପରେ ମାଡ଼ିଗଲା କାର୍ appeared first on Odisha Reporter.



from Odisha Reporter https://ift.tt/38HvIwO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages