ବିହାର ମୁଖ୍ୟମନ୍ତ୍ରୀ ନେଇ ଘୋଷଣା କଲେ ମୋଦି, ୧୬ରେ ଶପଥ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ବିହାର ମୁଖ୍ୟମନ୍ତ୍ରୀ ନେଇ ଘୋଷଣା କଲେ ମୋଦି, ୧୬ରେ ଶପଥ!

ନୂଆଦିଲ୍ଲୀ: ବିହାର ନିର୍ବାଚନ ଫଳାଫଳ ଆସିବା ପରେ ନୀତୀଶ କୁମାର ଆଉ ମୁଖ୍ୟମନ୍ତ୍ରୀ ନହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ। ଗତକାଲି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଅବସରରେ ମୋଦି ଏହି ଘୋଷଣା କରିଛନ୍ତି।

୧୬ ନଭେମ୍ବରରେ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ଜଣାପଡ଼ିଛି। ତେବେ କେଉଁମାନେ ମନ୍ତ୍ରୀ ରହିବେ, ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

୧୨୫ଟି ଆସନ ଜିତି ବିହାରରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପି ୭୪ଟି ଆସନରେ ବିଜୟୀ ହୋଇଥିବା ବେଳେ ନୀତୀଶଙ୍କ ଦଳ ଜେଡିୟୁ ୪୩ଟି ଆସନରେ ବିଜୟୀ ହୋଇଛି।

ବିହାର ମୁଖ୍ୟମନ୍ତ୍ରୀ ଭାବରେ ନୀତୀଶ କେବେ କେବେ ଶପଥ ନେଇଥିଲେ?

ଚଳିତ ଥର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ସେ ସପ୍ତମ ଥର ପାଇଁ ଏହି ପଦବୀରେ ବସିବେ।

୨୦୦୦ ମସିହାରେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଅଭାବରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଦ୍ୱିତୀୟ ଥର ପାଇଁ ୨୪ ନଭେମ୍ବର ୨୦୦୫ରେ,  ତୃତୀୟ ଥର ପାଇଁ ୨୬ ନଭେମ୍ବର ୨୦୧୦ରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଲୋକସଭା ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ କୁମାର ଇସ୍ତଫା ଦେଇଥିଲେ। ପରେ ଜିତନ ରାମ ମାଞ୍ଝୀ ପ୍ରଥମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଚତୁର୍ଥ ଥର ପାଇଁ ୨୨ ଫେବୃଆରୀ ୨୦୧୫ରେ ନୀତୀଶ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦ ନଭେମ୍ବର ୨୦୧୫ ରେ ପଞ୍ଚମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୭ ଜୁଲାଇ ୨୦୧୭ ରେ ଷଷ୍ଠ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

The post ବିହାର ମୁଖ୍ୟମନ୍ତ୍ରୀ ନେଇ ଘୋଷଣା କଲେ ମୋଦି, ୧୬ରେ ଶପଥ! appeared first on Odisha Reporter.



from Odisha Reporter https://ift.tt/38HvINk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages