ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପହଲଗାମ୍ ଅଞ୍ଚଳରେ ଆଜି ଭୋର ୪ଟା ୨୯ ମିନିଟ୍ ସମୟରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି। National Center for Seismology ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଭୋରୁ ଭୋରୁ ହଠାତ୍ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।
ଜମ୍ମୁ କଶ୍ମୀରରେ ନଭେମ୍ବର ମାସରେ ବରଫପାତ ହୋଇ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଭୂକମ୍ପ ଝଟକାରେ ଭୟଭୀତ ହୋଇପଡ଼ିଛନ୍ତି ଲୋକେ।
The post ଜମ୍ମୁ କଶ୍ମୀରରେ ଭୂକମ୍ପ ଝଟକା appeared first on Odisha Reporter.
from Odisha Reporter https://ift.tt/3eDC41h
No comments:
Post a Comment