ମୋ ବସ୍‌କୁ ପୂରିଲା ୨ ବର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 6, 2020

ମୋ ବସ୍‌କୁ ପୂରିଲା ୨ ବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଖୁ ଦେଖୁ  ମୋ ବସ୍‌କୁ ପୂରିଗଲା ୨ ବର୍ଷ ପୂରିଛି । ୨୦୧୮ ମସିହା ଆଜିର ଦିନରେ  CRUT  ଆରମ୍ଭ କରିଥିଲା ମୋ ବସ୍ ସେବା । ରାଜଧାନୀ ତଥା ଭୁବନେଶ୍ୱରରେ ଜନସାଧାରଣଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଗଡ଼ିଥିଲା ମୋ ବସ୍ ସେବା । ଦୀର୍ଘଦିନ ଧରି ଏହି ସେବା ଦ୍ୱାରା ଲୋକେ ଖୁବ୍‌ ଉପକୃତ ହେଉଥିବା ବେଳେ କରୋନା କଟକଣା ଯୋଗୁ ଏହାର  ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରୁନି।

ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କୋଣାର୍କ, ପିପିଲି ଓ ପୁରୀକୁ ଗଡ଼ୁଛି ମୋ ବସ୍ ।  ହେଲେ କରୋନା କଟକଣା ଯୋଗୁ ବର୍ତ୍ତମାନ ୧୭ଟି ରୁଟରେ ୧୦୯ଟି ବସ୍‌  ଚଳାଚଳ କରୁଛି  । ଖୁବଶୀଘ୍ର ମୋ ବସ ସେବା ସ୍ୱାଭାବିକ  ହେବ ବୋଲି କହିଛନ୍ତି  କ୍ରୁଟ୍‌ର ପରିଚାଳକ ନିର୍ଦ୍ଦେଶକ ଅରୁଣ ବୋଥ୍ରା । ଏହା ସହ ଏହି  ବସ୍ ସେବାର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଯାତ୍ରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇଛନ୍ତି ଅରୁଣ ବୋଥ୍ରା ।

ଏହି ସେବା ଆରମ୍ଭ ବେଳେ ଏଥିରେ ଦୈନିକ ହାରାହାରି ୧୯ ହଜାର ଯାତ୍ରୀ ଯାତାୟତ କରୁଥିବାବେଳେ ଗତ ଜାନୁଆରୀରେ ଏହା ୧ ଲକ୍ଷ ଟପିଛି ।  ପ୍ରଦୂଷଣ ମାତ୍ରା କମାଇବା ପାଇଁ ଇଲେକ୍ଟ୍ରିକ୍ ବସ୍ ଆସିବା ପ୍ରକ୍ରିୟା କୋରୋନା ପାଇଁ ବିଳମ୍ବ ହୋଇଥିବା ବେଳେ ଆସନ୍ତା ୩-୪ ମାସ ଭିତରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟି ବସ୍ ଆଣିବାକୁ ପ୍ରୟାସ ଥିବା କହିଛନ୍ତି ଅରୁଣ ବୋଥ୍ରା  ।

The post ମୋ ବସ୍‌କୁ ପୂରିଲା ୨ ବର୍ଷ appeared first on Odisha Reporter.



from Odisha Reporter https://ift.tt/2GARzdQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages