ମହାକାଶରେ ଧକ୍କା ହୋଇଯିବେ କି ଭାରତ-ରୁଷ ସ୍ୟାଟେଲାଇଟ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

ମହାକାଶରେ ଧକ୍କା ହୋଇଯିବେ କି ଭାରତ-ରୁଷ ସ୍ୟାଟେଲାଇଟ୍‌?

ନୂଆଦିଲ୍ଲୀ: ଭାରତ ଓ ରୁଷର ଦୁଇଟି ସ୍ୟାଟେଲାଇଟ୍‌ ମହାକାଶରେ ଅତ୍ୟନ୍ତ ବିପଜ୍ଜନକ ଭାବେ ପରସ୍ପରର ନିକଟତର ହେବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ ଦୁଇଟି ଯାକ ସ୍ୟାଟେଲାଇଟ ପରସ୍ପରକୁ ଧକ୍କା ଦେବାର ଆଶଙ୍କା ପ୍ରକାଶ ପାଇଛି। ଭାରତର ରିମୋର୍ଟ ଚାଳିତ କର୍ଟୋସାଟ୍ ୨ଏଫ୍ ସ୍ୟାଟେଲାଇଟ ଅତ୍ୟନ୍ତ ବିପଜ୍ଜନକ ଭାବେ ରୁଷର ଭୂମି ନିରୀକ୍ଷଣ ସ୍ୟାଟେଲାଇଟ (କାନୋପସ୍-ଭି) ନିକଟକୁ ଚାଲି ଆସିଥିବା ଜଣାପଡ଼ିଛି।

ପୃଥିବୀର ଅରବିଟ୍‌ ନିକଟରେ ଏହି ସ୍ଥିତି ସୃଷ୍ଟି ହୋଇଛି। ରୁଷର ମହାକାଶ ଗବେଷଣା ସଂସ୍ଥା Roscosmos ପକ୍ଷରୁ କୁହାଯାଇଛି, ୭୦୦ କେଜିରୁ ଅଧିକ ଓଜନ ବିଶିଷ୍ଟ କର୍ଟୋସାଟ୍ ୨ଏଫ୍ ବିପଜ୍ଜନକ ଭାବେ ରୁଷର କାନୋପସ୍-ଭି ନିକଟକୁ ଚାଲି ଆସିଛି। ୨୭ ତାରିଖରେ ଏହି ଘଟଣା ଘଟିଥିବା ଖବର ମିଳିଛି। ଆକଳନ ଅନୁଯାୟୀ, ରୁଷିଆନ ସ୍ୟାଟେଲାଇଟ୍‌ ଓ ବିଦେଶୀ ସ୍ୟାଟେଲାଇଟ ମଧ୍ୟରେ ମାତ୍ର ୨୨୪ ମିଟର ଦୂରତା ରହିଛି। ଏହା ନିଶ୍ଚିତ ମହାକାଶରେ ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ କେ ଶିବନ କହିଛନ୍ତି, ଆମେ ୪ ଦିନ ହେଲାଣି ସ୍ୟାଟେଲାଇଟ୍‌କୁ ଅନୁଧ୍ୟାନ କରୁଛୁ। ଆମ ସ୍ୟାଟେଲାଇଟ୍‌ ରୁଷର ସ୍ୟାଟେଲାଇଟ୍‌ ଠାରୁ ୪୨୯ ମିଟର ଦୂରତାରେ ରହିଛି। ଯେତେବେଳେ ଏହି ଦୁଇ ସ୍ୟାଟେଲାଇଟ୍‌ ମଧ୍ୟରେ ବ୍ୟବଧାନ ୧୫୦ ମିଟରରୁ କମ୍‌ ରହିବ ସେତେବେଳେ ଏହାର ଗତି ବଦଳାଇବା ପାଇଁ କିଛି କୌଶଳ ଅବଲମ୍ବନ କରାଯାଇପାରିବ।

ଏହା ଏକ ବିରଳ ଘଟଣା ନୁହେଁ। ପୃଥିବୀର ନିମ୍ନ ଅରବିଟ୍‌ରେ ଅନେକ ଥର ଦୁଇଟି ଲେଖାଏ ସ୍ୟାଟେଲାଇଟ୍‌ ପରସ୍ପରର ନିକଟତର ହୋଇଛନ୍ତି। ଏଥର ମଧ୍ୟ ଦୁଇଟି ସ୍ୟାଟେଲାଇଟ୍‌ ନିକଟତର ହୋଇଛନ୍ତି। ଦୁଇ ଦେଶର ଏଜେନ୍ସି ପରସ୍ପର ସହ କଥା ହୋଇ ଏହାର ଗତିପଥ ବଦଳାଇବେ।

ନିକଟରେ ସ୍ପେନର ଗୋଟିଏ ସ୍ୟାଟେଲାଇଟ୍‌ ସହ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏହାକୁ ମଧ୍ୟ ସମାଧାନ କରାଯାଇଛି। ସ୍ୟାଟେଲାଇଟ୍‌ ନିକଟତର ହେଉଥିବା କଥା ସାଧାରଣତଃ ସର୍ବାଜନୀନ କରାଯାଏ ନାହିଁ ବୋଲି ସେ କହିଛନ୍ତି।

୨୦୧୮ ମସିହା ଜାନୁଆରୀ ୧୨ରେ ଶ୍ରୀହରି କୋଟ୍‌ର ପ୍ରଥମ ଲଞ୍ଚ ପ୍ୟାଟ୍‌ରୁ କର୍ଟୋସାଟ୍‌ ୨ଏଫ୍ର ଉତ୍‌କ୍ଷେପଣ କରାଯାଇଥିଲା। ଏହା ମହାକାଶରେ ଏବେ ବି କାର୍ଯ୍ୟକ୍ଷମ ରହିଛି।

The post ମହାକାଶରେ ଧକ୍କା ହୋଇଯିବେ କି ଭାରତ-ରୁଷ ସ୍ୟାଟେଲାଇଟ୍‌? appeared first on Odisha Reporter.



from Odisha Reporter https://ift.tt/36bXHTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages