ମୁମ୍ବାଇ ଆକ୍ରମଣର କାହାଣୀ କହିବ ‘ମୁମ୍ବାଇ ଡାଇରିଜ ୨୬/୧୧’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ମୁମ୍ବାଇ ଆକ୍ରମଣର କାହାଣୀ କହିବ ‘ମୁମ୍ବାଇ ଡାଇରିଜ ୨୬/୧୧’

ମୁମ୍ବାଇ: ୨୦୦୮ ନଭେମ୍ବର ୨୬ ।  ଭାରତୀୟଙ୍କ ପାଇଁ ଏହି ଦିନଟି ହେଉଛି କଳା ଦିବସ । ୨୬/୧୧ ସମସ୍ତଙ୍କ ମନରେ ଏକ ଅଭୁଲା ଚାପ ଛାଡି ଯାଇଛି । ଏହି ଦିନ ହିଁ ମୁମ୍ବାଇରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯାହା ପୁରା ଦେଶକୁ ଦୋହଲାଇ ଦେଇଥିଲା । ତେବେ କିଭଳି ଥିଲା ୨୬/୧୧ର ଆତଙ୍କବାଦୀ ଆକ୍ରମଣ । ଏହି ଘଟଣାର ପୁରା ଚିତ୍ରକୁ ବର୍ଣ୍ଣନା କରିବା ପାଇଁ ଆମାଜନ ପ୍ରାଇମ ଭିଡିଓରେ ଆରମ୍ଭ ହେବାକୁ ଯାଉଛି ଏକ ୱେବ ସିରିଜ । ଯାହାର ଫାଷ୍ଟ ଲୁକ ଗୁରୁବାର ରିଲିଜ ହୋଇସାରିଛି ।

ୱେବ ସରିଜର ନାଁ ରହିଛି ‘ମୁମ୍ବାଇ ଡାଇରିଜ ୨୬/୧୧’। ରିଲିଜ ହୋଇଥିବା ୪୦ ସେକେଣ୍ଡର ଭିଡିଓରେ ମୁମ୍ବାଇ ଆକ୍ରମଣର ପୁରା ଦୃଶ୍ୟ ରହିଛି। ତାଜ ହୋଟେଲଠାରୁ ଆରମ୍ଭ କରି ଆକ୍ରମଣରେ ଆହତ ହୋଇଥିବା ଲୋକେ କିଭଳି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତାହା ଦେଖିବାକୁ ମିଳିଛି ।

ସିରିଜର ମୁଖ୍ୟ ଭୂମିକାରେ ମୋହିତ ରୈନା, କୋଙ୍କନା ସେନ ଶର୍ମା, ଟିନା ଦେସାଇ ଏବଂ ଶ୍ରେୟା ଧନୱନ୍ତରୀ ପ୍ରମୁଖ ଅଛନ୍ତି । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ନିଖିଲ ଆଡଭାନୀ ଏବଂ ନିଖିଲ ଗୋଞ୍ଜାଲଭିସ ଅଛନ୍ତି । ୨୦୨୧ ମାର୍ଚ୍ଚ ମାସରେ ଏହି ୱେବ ସିରିଜଟି ରିଲିଜ ହେବ ।

ଏହି ୱେବ ସିରିଜଟି ସେହି ଡକ୍ଟର, ନର୍ସ, ପାରାମେଡିକାଲ ଷ୍ଟାଫ ଏବଂ ହସ୍ପିଟାଲ କର୍ମୀଙ୍କ ଅଣଦେଖା କାହାଣୀ ଉପରେ ଆଧାରିତ, ଯେଉଁମାନ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅବିରତ ସଂଘର୍ଷ କରିଥିଲେ ।

The post ମୁମ୍ବାଇ ଆକ୍ରମଣର କାହାଣୀ କହିବ ‘ମୁମ୍ବାଇ ଡାଇରିଜ ୨୬/୧୧’ appeared first on Odisha Reporter.



from Odisha Reporter https://ift.tt/33lLJoM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages