ପଛରେ ତେଜ୍ ପ୍ରତାପ, ଭୋଜି ପାଇଁ ମାଛ ଧରି ପହଞ୍ଚିଲେ ଆରଜେଡି ସମର୍ଥକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ପଛରେ ତେଜ୍ ପ୍ରତାପ, ଭୋଜି ପାଇଁ ମାଛ ଧରି ପହଞ୍ଚିଲେ ଆରଜେଡି ସମର୍ଥକ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଆରମ୍ଭରୁ ମହାମେଣ୍ଟ ଆଗରେ ଥିଲା ହେଲେ ଏବେ ଏନଡିଏ ଆଗରେ ରହିଛି। ଏନଡିଏ ସଂଖ୍ୟାଗରିଷ୍ଠତା ଛୁଇଁବାକୁ ଯାଉଛି। ଏବେର ଭୋଟ୍ ଗଣତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅନେକ ପ୍ରାର୍ଥୀ ଖରାପ ପ୍ରଦର୍ଶନ କରୁଛନ୍ତି। ହାସନପୁର ଆସନରେ ଆରଜେଡିର ପ୍ରମୁଖ ନେତା ତେଜ୍ ପ୍ରତାପ ପଛରେ ଚାଲିଥିବା ଜଣାପଡ଼ିଛି। ଏହି ଆସନରେ ସେ ଜେଡିୟୁର ରାଜ କୁମାର ରାୟଙ୍କୁ ସାମ୍ନା କରୁଛନ୍ତି। ତେଜ୍ ପ୍ରତାପ ଗତ ନିର୍ବାଚନରେ ​​ମହୁଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଏଥର ସେ ନିଜ ଆସନ ବଦଳାଇଥିଲେ।

ତେବେ ଏହାରି ଭିତରେ ତେଜ୍ ପ୍ରତାପଙ୍କ ଦଳ ଆରଜେଡି ସମର୍ଥକ ମହାମେଣ୍ଟର ବିଜୟୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିଛି ଆରଜେଡି ସମର୍ଥକ ତେଜ୍ ପ୍ରତାପଙ୍କ ସାନ ଭାଇ ତେଜସ୍ୱୀ ଯାଦବଙ୍କ ପାଇଁ ମାଛ ଧରି ତାଙ୍କ ଘର ଆଗରେ ପହଞ୍ଚିଥିବା ଜଣାପଡ଼ିଛି। ମାଛ ଦେଖି କୌଣସି ସ୍ଥାନକୁ ଗଲେ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ମାଛ ଆଣି ସମର୍ଥକମାନେ ତେଜସ୍ୱୀଙ୍କ ଘର ଆଗକୁ ଆସିଛନ୍ତି। ଫଳାଫଳ ବାହାରିବା ପରେ ଭୋଜି ହେବ ବୋଲି ଜଣାପଡ଼ିଛି।

ବିହାର ନିର୍ବାଚନରେ ​​ଜେଡିୟୁର ଅନେକ ଭେଟେରାନ ନେତା ବିଜୟୀ ନେଇ ଆଶଙ୍କାରେ ରହିଛନ୍ତି। ରାଘୋପୁର ଆସନରେ ତେଜସ୍ୱୀ ଯାଦବ, ମାଧେପୁରା ବିଧାନସଭା ଆସନରେ ପପୁ ଯାଦବ ଏବଂ ପାର୍ସା ଆସନରେ ଚନ୍ଦ୍ରିକା ରାୟଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି।

ବିହାରରେ ବିଧାନସଭା ନିର୍ବାଚନ ୨୮ ଅକ୍ଟୋବର, ୩ ନଭେମ୍ବର ଏବଂ ୭ ନଭେମ୍ବରରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଯଦି ଏନଡିଏ ବିଜୟୀ ହେବ ତାହେଲେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ତେବେ ଏକଜିଟ୍ ପୋଲ୍ ଅନୁଯାୟୀ ମହାମେଣ୍ଟ ବିହାରରେ ବାଜି ମାରିବ।

The post ପଛରେ ତେଜ୍ ପ୍ରତାପ, ଭୋଜି ପାଇଁ ମାଛ ଧରି ପହଞ୍ଚିଲେ ଆରଜେଡି ସମର୍ଥକ appeared first on Odisha Reporter.



from Odisha Reporter https://ift.tt/32xEdXI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages