ଏସଡ଼ିପିଓ କାଟିଲେ ଗଞ୍ଜେଇ ଗଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ଏସଡ଼ିପିଓ କାଟିଲେ ଗଞ୍ଜେଇ ଗଛ

ବାଲିଗୁଡ଼ା(ଅଜିତ ନାୟକ ): କନ୍ଧମାଳ ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି ଏବେ ଆକ୍ସନ ମୁଡରେ ଅଛି କନ୍ଧମାଳ ପୁଲିସ୍‌ । ଗତକାଲି କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ନିଜେ କଟର ସାହାଯ୍ୟରେ ଗଞ୍ଜେଇ ଗଛ କାଟୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଆଉ ଏବେ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ମଧ୍ୟ ବାଲିଗୁଡା ଥାନା ଅଞ୍ଚଳର ବାଦେକେତା ଇଲାକାରେ ଚାଷ ହୋଇଥିବା ୧୫୫ ଏକର ଜମିରେ ଗଞ୍ଜେଇ ଗଛ କାଟୁଥିବା ଦେଖିବାକୁ ମିଳିଛି । ଯାହାର ଆନୁମାନିକ ମୂଲ୍ୟ  ୧ କୋଟି ୫୫ ଲକ୍ଷ ହେବ ବୋଲି ପୁଲିସ୍‌ କହିଛି ।

କନ୍ଧମାଳ ଜିଲାର  ବେଆଇନ ଗଞ୍ଜେଇ ଚାଷ ଖବର ପାଇ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ସୁରକ୍ଷାକର୍ମୀ ଓ ଅବକାରୀ ବିଭାଗର କର୍ମଚାରୀ ମିଳିତ ଭାବେ  ଚଢ଼ାଉ କରିଥିଲେ। ଏହାପରେ ଏକର ଏକର ଗଞ୍ଜେଇ ଗଛକୁ କାଟିବା ସହ ପୋଡି ନଷ୍ଟ କରିଛନ୍ତି।

ପ୍ରତିବର୍ଷ କନ୍ଧମାଳ ପୁଲିସ୍‌ ଏଭଳି ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରି ସେ ସବୁ ଚାଷକୁ ନଷ୍ଟ କରିଥାନ୍ତି । ଆଗାମୀ ଦିନରେ କନ୍ଧମାଳ ପୁଲିସର ଏହି ଅଭିଯାନ ଜାରି ରହିବ ବୋଲି ଅଧିକାରୀ କହିଛନ୍ତି।

The post ଏସଡ଼ିପିଓ କାଟିଲେ ଗଞ୍ଜେଇ ଗଛ appeared first on Odisha Reporter.



from Odisha Reporter https://ift.tt/35bW4VM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages