‘କରୋନା ପରେ ସାରା ଦୁନିଆ ବଦଳିଯିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 7, 2020

‘କରୋନା ପରେ ସାରା ଦୁନିଆ ବଦଳିଯିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ଦିଲ୍ଲୀର ୫୧ତମ ଦୀକ୍ଷାନ୍ତ ସମାରୋହରେ ଭର୍ଚୁଆଲ୍ ତରିକାରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ କାଳରେ ଟେକ୍ନୋଲୋଜି ମୁଖ୍ୟ ଭୂମିକା ନିର୍ବାହ କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଭୂତାଣୁ ଅନେକ କିଛି ପରିବର୍ତ୍ତନ କରିଦେଲା। ଏହି ସଙ୍କଟ ସମୟରେ ଆମକୁ ନୂଆ ଚିନ୍ତାଧାରାର ଆବଶ୍ୟକ ରହିଛି। କରୋନା ଭୂତାଣୁ ପରେ ଦୁନିଆ ବହୁତ ବଦଳିଯିବ। ଆଉ ଏଥିରେ ସବୁଠାରୁ ବଡ଼ ଭୂମିକା ଟେକ୍ନୋଲୋଜିର ରହିବ। ଛାତ୍ରଛାତ୍ରୀମାନଙ୍କ ନିକଟରେ ଆଜି ଟେକ୍ନୋଲୋଜି ଶିକ୍ଷା ଲାଭ କରିବାର ସୁଯୋଗ ରହିଛି। କୃଷି ଏବଂ ଅନ୍ତରୀକ୍ଷ କ୍ଷେତ୍ରରେ ମଧ୍ୟ ନୂଆ ନୂଆ ସୁଯୋଗ ଓ ସମ୍ଭାବନା ଆସୁଛି। ସମାଜକୁ ଆଗକୁ ନେବା ଆପଣମାନଙ୍କ ଲକ୍ଷ୍ୟ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରି ମୋଦି କହିଛନ୍ତି ଯେ, କୋଭିଡ୍-୧୯ ସାରା ଦୁନିଆକୁ ଗୋଟିଏ ଶିକ୍ଷା ଦେଇଛି। ଗ୍ଲୋବାଲାଇଜେସନ ମହତ୍ୱପୂର୍ଣ୍ଣ ଅଟେ। ହେଲେ ଏହା ସହ ଆତ୍ମନିର୍ଭରତା ମଧ୍ୟ ସେତିକ ମହତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନର ସଫଳତା ପାଇଁ ଏହା ଏକ ବହୁତ ବଡ଼ ଶକ୍ତି ବୋଲି ସେ କହିଛନ୍ତି।

ମୋଦି ପୁଣି କହିଛନ୍ତି, ଆପଣ ଏଠାରୁ ଯଦି ଯିବେ ଆପଣଙ୍କୁ ମଧ୍ୟ ନୂଆ ମନ୍ତ୍ର ନେଇ କାମ କରିବାକୁ ହେବ। ଆପଣଙ୍କ ମନ୍ତ୍ର ଫୋକସ୍ ଏବଂ କ୍ୱାଲିଟି ହେବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କୁ ମୋଦି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦିନ ପୂର୍ବରୁ ବିପିଓ ସେକ୍ଟରରେ ବ୍ୟବସାୟ ସରଳ କରିବାକୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆମ ଦେଶ ଆଇଟି ସେକ୍ଟର କ୍ଷେତ୍ରରେ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବ ଏବଂ ଆପଣମାନଙ୍କ ଭଳି ଯୁବ ପ୍ରତିଭାଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।

The post ‘କରୋନା ପରେ ସାରା ଦୁନିଆ ବଦଳିଯିବ’ appeared first on Odisha Reporter.



from Odisha Reporter https://ift.tt/36aeVQp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages