ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ରଚିଲେ ଇତିହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 7, 2020

ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ରଚିଲେ ଇତିହାସ

ୱାଶିଂଟନ୍: ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍। ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି କମଲା ହାରିସ୍। ଖାଲି ପ୍ରଥମ ମହିଳା ଉପରାଷ୍ଟ୍ରପତି ନୁହେଁ, ପ୍ରଥମ ଆଙ୍ଗଲୋ ଆମେରିକାନ୍ ମହିଳା ଏବଂ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ଆମେରିକାର ଦ୍ୱିତୀୟ ଶକ୍ତିଶାଳୀ ପଦବୀକୁ ସମ୍ଭାଳିବାକୁ ଯାଉଛନ୍ତି। କମଲା ହାରିସଙ୍କ ମାଆଙ୍କ ଘର ତାମିଲନାଡ଼ୁରେ।

ଭାରତୀୟ ବଂଶୋଦ୍ଧବ ହେବା ସହ ଆମେରିକା ରାଜନୀତିରେ କମଲାଙ୍କ ଥିଲା ବେଶ ଦବଦବା। ସମାଜର ନିମ୍ନସ୍ତରର ବ୍ୟକ୍ତି ବିଶେଷ ଏବଂ ବର୍ଣ୍ଣ ବୈଷମ୍ୟ ଲଢ଼େଇରେ କମଲାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବି ରହିଛି। ଜୋ ବାଇଡେନ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ କମଲା ଖୋଦ୍ ଫୋନ୍ କରି ତାଙ୍କୁ ଏ ସମ୍ପର୍କରେ ଜଣାଇଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି।

ସେହିପରି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର, ପ୍ରମୁଖ ହୋଇଛନ୍ତି ଜୋ ବାଇଡେନ୍। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ବମ୍ବର ବିଜୟ ପାଇଛି ଡେମୋକ୍ରେଟିକ୍ ପାର୍ଟି। ଏଥିସହ ଆମେରିକାରେ ଶେଷ ହୋଇଛି ଟ୍ରମ୍ପ ଯୁଗ। ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ଭୋଟ ଅନୁଯାୟୀ, ବାଇଡେନ ୨୮୪ ଭୋଟରେ ଆଗୁଆ ରହିଥିବା ବେଳେ ଟ୍ରମ୍ପଙ୍କ ସପକ୍ଷରେ ଯାଇଛି ୨୧୪ ଇଲେକ୍ଟୋରାଲ ଭୋଟ। ହେଲେ ରାଷ୍ଟ୍ରପତି ହେବା ପାଇଁ ମ୍ୟାଜିକ ନମ୍ବର ୨୭୦କୁ ବାଇଡେନ ପାର୍‌ କରି ଯାଇଥିବାରୁ ସମସ୍ତ ଅନ୍ତର୍ଜାତୀୟ ଗଣମାଧ୍ୟମ ତାଙ୍କୁ ବିଜେତା ଘୋଷଣା କରିଛନ୍ତି। ଏବେବି ୪ଟି ରାଜ୍ୟର ଭୋଟ୍ ଗଣତି ଜାରି ରହିଛି।

ବାଇଡେନଙ୍କ ବିଜୟ ପରେ ନ୍ୟୁୟର୍କ, ୱାଶିଂଟନ୍ ସମେତ ଆମେରିକାର ବିଭିନ୍ନ ଅଞ୍ଚଳରେ ସେଲିବ୍ରେସନ୍ ଆରମ୍ଭ ହୋଇଛି। ଡେମୋକ୍ରେଟିକ୍ ଦଳର ସମର୍ଥକ ରାସ୍ତାକୁ ଓହ୍ଲାଇ ଆସି ଖୁସି ମନାଇଛନ୍ତି। ଚଳିତ ନିର୍ବାଚନରେ ଆମେରିକାରେ ବର୍ଣ୍ଣ ବୈଷମ୍ୟ, ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ନେଇ ଲୋକଙ୍କ ମଧ୍ୟରେ ଟ୍ରମ୍ପ ସରକାର ପ୍ରତି ଥିବା ଅସନ୍ତୋଷ ଭୋଟରେ ପ୍ରତିଫଳିତ ହୋଇଥିବା କୁହାଯାଉଛି। ତେବେ କରୋନା ମୁକାବିଲା ଏଥରର ମୁଖ୍ୟ ପ୍ରସଙ୍ଗ ଓ ଗେମ୍ ଚେଞ୍ଜର ହୋଇଥିଲା।

The post ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ରଚିଲେ ଇତିହାସ appeared first on Odisha Reporter.



from Odisha Reporter https://ift.tt/36fTYDr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages