ପ୍ରଥମଥର ଫାଇନାଲରେ ମୁମ୍ବାଇକୁ ମିଳିବନି ଧୋନିଙ୍କ ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 7, 2020

ପ୍ରଥମଥର ଫାଇନାଲରେ ମୁମ୍ବାଇକୁ ମିଳିବନି ଧୋନିଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ସଫଳ ଟିମ୍। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଷଷ୍ଠଥର ଫାଇନାଲରେ ସ୍ଥାନ ପକ୍କା କରିଛି। ଏହା ପୂର୍ବରୁ ମୁମ୍ବାଇ ଖେଳିଥିବା ୫ଟି ଯାକ ଫାଇନାଲରୁ ଚାରିଥର ଟାଇଟଲ୍ ହାସଲ କରିଛି। ଏଭଳି ସ୍ଥିତିରେ ଚଳିତ ସଂସ୍କରଣରେ ମୁମ୍ବାଇ ତା’ର ପଞ୍ଚମ ଟାଇଟଲ୍ ଜିତିବାର ସମ୍ଭାବନା ରହିଛି।

ମୁମ୍ବାଇ ଚଳିତ ସଂସ୍କରଣର ଫାଇନାଲରେ ତ ପହଞ୍ଚିଯାଇଛି, କିନ୍ତୁ ପ୍ରଥମଥର ଲାଗି ଟାଇଟଲ୍ ଲଢ଼େଇରେ ଏହି ଟିମ୍ ଆଗରେ ଚେନ୍ନାଇ ସୁପର୍ କିଙ୍ଗସର ଅଭିଜ୍ଞ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜ ଦେଖିବାକୁ ମିଳିବନି। ମୁମ୍ବାଇ ଟିମ୍ ଚାରିଥର ଆଇପିଏଲ୍ ଟ୍ରଫି ଜିତିଛି ଏବଂ ପ୍ରତିଥର ଫାଇନାଲ୍‌ ମୁକାବିଲାରେ କ୍ୟାପଟେନ୍ ରୋହିତଙ୍କ ସାମ୍ନାରେ ଧୋନିଙ୍କ ଭଳି କିମ୍ବଦନ୍ତୀଙ୍କଠାରୁ ଚ୍ୟାଲେଞ୍ଜ ଦେଖିବାକୁ ମିଳିଥିଲା। ଧୋନି ଦୁନିଆର ସବୁଠାରୁ ଚାଲାକ ଓ କୁଲ୍‌ କ୍ୟାପଟେନ୍, କିନ୍ତୁ ଏହା ସତ୍ତ୍ୱେ ମୁମ୍ବାଇ ବିପକ୍ଷରେ ତାଙ୍କର ରଣନୀତି କାମ ଦିଏ ନାହିଁ।

ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ଟି ଯାକ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ଥରେ ପରାଜୟର ସାମ୍ନା କରିଛି। ମୁମ୍ବାଇକୁ ଏହି ପରାଜୟ ୨୦୧୦ରେ ଚେନ୍ନାଇ ବିପକ୍ଷ ଫାଇନାଲରେ ମିଳିଥିଲା। ସେହିବର୍ଷ ମୁମ୍ବାଇ ପ୍ରଥମଥର ଆଇପିଏଲ୍ ଫାଇନାଲରେ ପହଞ୍ଚିଥିଲା ଏବଂ ଟିମ୍ ୨୨ ରନରେ ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲା। ଏହା ପରେ ଟିମ୍ ୨୦୧୩ରେ ପୁଣିଥରେ ଫାଇନାଲରେ ପହଞ୍ଚିଥିଲା, ଯେଉଁଠାରେ ସେମାନଙ୍କର ସାମ୍ନା ଧୋନିଙ୍କ ଚେନ୍ନାଇ ସହ ହୋଇଥିଲା। କିନ୍ତୁ ଏହି ମୁକାବିଲାରେ ମୁମ୍ବାଇ ଟିମ୍ ୨୩ ରନରେ ବିଜୟ ହାସଲ କରିଥିଲା। ଏହା ମୁମ୍ବାଇର ପ୍ରଥମ ଆଇପିଏଲ୍ ଟ୍ରଫି ଥିଲା।

ଏହା ପରେ ୨୦୧୫ରେ ଉଭୟେ ଟିମ୍ ଫାଇନାଲରେ ପରସ୍ପରକୁ ଭେଟିଥିଲେ ଏବଂ ଏଠାରେ ମଧ୍ୟରେ ଚେନ୍ନାଇ ୪୧ ରନରେ ପରାସ୍ତ ହୋଇଥିଲା। ୨ୟଥର ଟାଇଟଲ୍ ଜିତିବା ପରେ ୨୦୧୭ର ଫାଇନାଲରେ ରାଇଜିଂ ପୁନେ ସୁପରଜାଏଣ୍ଟସ ସହ ମୁମ୍ବାଇର ଭେଟ ହୋଇଥିଲା। ଏହି ମ୍ୟାଚରେ ମୁମ୍ବାଇ ମାତ୍ର ୧ ରନରେ ରୋମାଞ୍ଚକର ବିଜୟ ହାସଲ କରି ଟ୍ରଫି ଅକ୍ତିଆର କରିଥିଲା। ତେବେ ସଂଯୋଗର କଥା ହେଉଛି ଯେ ଧୋନି ପୁନେ ଟିମର କ୍ୟାପଟେନ୍ ଥିଲେ।

ଏହା ପରେ ୨୦୧୯ରେ ମୁମ୍ବାଇ ପଞ୍ଚମଥର ଫାଇନାଲରେ ପହଞ୍ଚିଥିଲା ଏବଂ ଟିମର ସାମ୍ନା ଚେନ୍ନାଇ ସୁପର୍ କିଙ୍ଗସ୍ ସହ ହୋଇଥିଲା। ଟାଇଟଲ୍ ଲଢ଼େଇରେ ମୁମ୍ବାଇ ମାତ୍ର ୧ ରନରେ ଚେନ୍ନାଇକୁ ହରାଇ ଚତୁର୍ଥ ଆଇପିଏଲ୍ ଟାଇଟଲ୍ ହାତେଇଥିଲା। ଏଭଳି ସ୍ଥିତିରେ ଆଇପିଏଲ୍ ଇତିହାସରେ ପ୍ରଥମଥର ମୁମ୍ବାଇ ଟିମ୍ ଫାଇନାଲ୍ ଖେଳିବାକୁ ଓହ୍ଲାଉଛି, କିନ୍ତୁ ସାମ୍ନାରେ ଧୋନିଙ୍କ ନେତୃତ୍ୱାଧୀନ ଟିମ୍ ନାହିଁ। ସୂଚନାଯୋଗ୍ୟ, ଚଳିତ ସଂସ୍କରଣରେ ଚେନ୍ନାଇର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ଏବଂ ଟିମ୍ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

The post ପ୍ରଥମଥର ଫାଇନାଲରେ ମୁମ୍ବାଇକୁ ମିଳିବନି ଧୋନିଙ୍କ ଚ୍ୟାଲେଞ୍ଜ appeared first on Odisha Reporter.



from Odisha Reporter https://ift.tt/3n9AwiR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages