ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଆଜି ହେଉଛି 93ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଆଡଭାନୀଙ୍କୁ ଦଳୀୟ କର୍ମକର୍ତ୍ତା ତଥା ଦେଶବାସୀଙ୍କ ପାଇଁ ପ୍ରତ୍ୟକ୍ଷ ପ୍ରେରଣା ବୋଲି କହିଛନ୍ତି।
ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୋଦି। ସେ ଲେଖିଛନ୍ତି, “ବିଜେପିକୁ ପ୍ରତି ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦେଶର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଶ୍ରଦ୍ଧେୟ ଆଡଭାନୀଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସେ ପାର୍ଟିର କୋଟି କୋଟି କର୍ମକର୍ତ୍ତାଙ୍କ ସମେତ ଦେଶବାସୀଙ୍କ ପାଇଁ ମଧ୍ୟ ପ୍ରତ୍ୟକ୍ଷ ପ୍ରେରଣାର ଉତ୍ସ। ମୁଁ ତାଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି।”
भाजपा को जन-जन तक पहुंचाने के साथ देश के विकास में अहम भूमिका निभाने वाले श्रद्धेय श्री लालकृष्ण आडवाणी जी को जन्मदिन की बहुत-बहुत बधाई। वे पार्टी के करोड़ों कार्यकर्ताओं के साथ ही देशवासियों के प्रत्यक्ष प्रेरणास्रोत हैं। मैं उनकी लंबी आयु और स्वस्थ जीवन की प्रार्थना करता हूं।
— Narendra Modi (@narendramodi) November 8, 2020
ସୂଚନାଯୋଗ୍ୟ, ଭାରତୀୟ ରାଜନୀତିରେ ଭାରତୀୟ ଜନତା ପାର୍ଟିର ଏକ ପ୍ରମୁଖ ଶକ୍ତି ଏବଂ ସଶକ୍ତ ହିନ୍ଦୁ ନେତା ଭାବେ ଲାଲକୃଷ୍ଣ ଆଡଭାନୀ ଖୁବ୍ ଲୋକପ୍ରିୟ। ଅଦ୍ୱିତୀୟ ରାଜନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ତାଙ୍କ ଯୋଡ଼ି ବିଜେପିକୁ ଶୀର୍ଷରେ ପହଞ୍ଚାଇପାରିଥିଲା। କେନ୍ଦ୍ରରେ ବାଜପେୟୀ ସରକାର ଥିବା ସମୟରେ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦାୟିତ୍ୱରେ ଥିଲେ। ରାମ ମନ୍ଦିର ନିର୍ମାଣ ଅଭିଯାନର ସେ ଥିଲେ ପୁରୋଧା, ଯାହା ମୋଦି ସରକାରଙ୍କ ଅମଳରେ ସଫଳ ହୋଇପାରିଛି।
पीएम @narendramodi और केंद्रीय गृह मंत्री @AmitShah ने वरिष्ठ भाजपा नेता #LalKrishnaAdvani को उनके आवास पर जाकर जन्मदिन की बधाई दी pic.twitter.com/TcX7uCoCYU
— डीडी न्यूज़ (@DDNewsHindi) November 8, 2020
The post ‘ଦଳୀୟ କର୍ମକର୍ତ୍ତା ଏବଂ ଦେଶବାସୀଙ୍କ ପାଇଁ ଆଡଭାନୀ ପ୍ରତ୍ୟକ୍ଷ ପ୍ରେରଣା’ appeared first on Odisha Reporter.
from Odisha Reporter https://ift.tt/3eCCo0a
No comments:
Post a Comment